ଗାଈଠାରୁ ଟ୍ରାକ୍ଟର ଜରିଆରେ କ୍ଷୀର ବାହାର କରାଯାଉଥିବା ଭାଇରାଲ ଭିଡିଓ : ଆଶ୍ଚର୍ଯ୍ୟ ଚକିତ ହେଲେ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା
ବାଙ୍ଗାଲୁରୁ/ମୁମ୍ବଇ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୬/୦୮ : ଭାରତର ପ୍ରତିଷ୍ଠିତ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ମଜାଦାର ଭିଡିଓ ଶେୟାର କରିଥାନ୍ତି। ନିକଟରେ ଟ୍ରାକ୍ଟର ଜରିଆରେ ଗାଈଠାରୁ କ୍ଷୀର ବାହାର କରୁଥିବା ଫଟୋ ଶେୟାର କରିଛନ୍ତି। ଏବେ ଏହି ଭିଡିଓଟି ବେଶ୍ ଭାଇରାଲ ହେବାରେ ଲାଗିଛି। ଭିଡିଓରେ କିଛି ଲୋକ ଟ୍ରାକ୍ଟର ସାହାଯ୍ୟରେ ଗାଈଠାରୁ କ୍ଷୀର ବାହାର କରୁଥିବା ଦେଖାଯାଇଛି।
ଏହା ଦେଖି ଆନନ୍ଦ ମହିନ୍ଦ୍ରା ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଭିଡିଓକୁ ଶେୟାର କରି ସେ କହିଛନ୍ତି, ଗ୍ରାମୀଣ ଅଞ୍ଚଳରେ ଟ୍ରାକ୍ଟର କେମିତି ଅନେକ କାର୍ଯ୍ୟରେ ବ୍ୟବହାର ହୋଇପାରୁଛି। ଏହାର ଭିଡିଓ ମୋତେ ପଠାଇଛନ୍ତି। ଏହା ମୋ ପାଇଁ ନୂଆ। ଆପଣଙ୍କ ମଧ୍ୟରୁ ଅଣ-ଇଞ୍ଜିନିୟର କହିପାରିବେ କି ଏଥିରେ କ’ଣ ନୂଆ ରହିଛି।
ସୂଚନାଯୋଗ୍ୟ, ଟ୍ରାକ୍ଟର ଏୟାର ସେକ୍ସନରୁ ଏକ ପାଇପ୍ କ୍ଷୀର ବାହାର କରିବା ମେଶିନ ସହ ଯୋଡାଯାଇଛି। ଫଳରେ ଅତି ସହଜରେ କ୍ଷୀର ବାହାର କରାଯାଇପାରୁଛି।