ଗୁଇନ୍ଦାଗିରିରେ ଲିପ୍ତ ପାକିସ୍ତାନକୁ ଭାରତର କଡା ନିର୍ଦ୍ଦେଶ, ୭ ଦିନ ଭିତରେ ଦୂତାବାସରୁ ୫୦% କର୍ମଚାରୀଙ୍କୁ ଫେରାଇ ନିଅ

0 203
greentech

ନୂଆଦିଲ୍ଲୀ (କଳିଙ୍ଗ ଜ୍ୟୋତି)୨୩।୦୬: ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନ ଦୂତାବାସରେ ଗୁଇନ୍ଦାଗିରି ମାମଲା ସାମ୍ନାକୁ ଆସିବା ଏବଂ ଇସଲାମାବାଦରେ ଭାରତୀୟ ଦୂତାବାସ କର୍ମଚାରୀଙ୍କ ସହିତ ଦୁର୍ବ୍ୟବହାର ପରେ ଭାରତ ପାକିସ୍ତାନ ବିରୋଧରେ କଡା ପଦକ୍ଷେପ ଉଠାଇଛି। ଭାରତ ସରକାର ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନ ଉଚ୍ଚାୟୋଗରେ କର୍ମଚାରୀଙ୍କ ସଂଖ୍ୟା ଅଧା କରିବାକୁ ନିଷ୍ପତ୍ତି ନେଇଛି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଭାରତ ସରକାର ପାକ୍‌ ଉଚ୍ଚାୟୋଗରେ କର୍ମଚାରୀଙ୍କ ସଂଖ୍ୟା ୫୦ ପ୍ରତିଶତ କମ କରିବାକୁ ନିର୍ଣ୍ଣୟ ନେଇଛି। ଭାରତ ମଧ୍ୟ ଇସଲାମାବାଦ ସ୍ଥିତ ଭାରତୀୟ ଉଚ୍ଚାୟୋଗରେ ନିଜର କର୍ମଚାରୀଙ୍କ ସଂଖ୍ୟା ସେହି ଅନୁପାତରେ କମ କରିବ।

ଭାରତ ପାକିସ୍ତାନକୁ ମଙ୍ଗଳବାର କହିଛି ଯେ, ସେ ନୂଆଦିଲ୍ଲୀ ସ୍ଥିତ ନିଜର ଉଚ୍ଚାୟୋଗରେ କର୍ମଚାରୀଙ୍କ ସଂଖ୍ୟା ୫୦ ପ୍ରତିଶତ ହ୍ରାସ କରୁ। ଭାରତ ପାକିସ୍ତାନର ଉପ ଉଚ୍ଚାୟୋଗଙ୍କୁ ତଲବ କରି ଦିଲ୍ଲୀ ସ୍ଥିତ ପାକ୍‌ ଉଚ୍ଚାୟୋଗ ଅଧିକାରୀଙ୍କ ଗତିବିଧିକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ଭାରତ ପକ୍ଷରୁ ପାକିସ୍ତାନର ବରିଷ୍ଠ ଅଧିକାରୀଙ୍କୁ ପାକ୍‌ ଉଚ୍ଚାୟୋଗର ଅଧିକାରୀ ଗୁଇନ୍ଦାଗିରି ଏବଂ ଆତଙ୍କୀ ସଂଗଠନ ସହ ଯୋଗାଯୋଗରେ ଥିବା କୁହାଯାଇଛି। ଉଚ୍ଚାୟୋଗର କର୍ମଚାରୀ ଆତଙ୍କୀ ଗତିବିଧିରେ ସଂଶ୍ଳିଷ୍ଟ ରହୁଥିବା ଭାରତ କହିଛି।ଏହା ସହିତ ପାକିସ୍ତାନର ଉପ ଉଚ୍ଚାୟୁକ୍ତଙ୍କୁ ସାତ ଦିନ ଭିତରେ ଉଚ୍ଚୟୋଗର କର୍ମଚାରୀ ସଂଖ୍ୟା ୫୦ ପ୍ରତିଶତ ପର୍ଯ୍ୟନ୍ତ କମ କରିବାକୁ କୁହାଯାଇଛି। ଅନ୍ୟପକ୍ଷେ ଭାରତ ମଧ୍ୟ ଇସଲାମାବାଦ ସ୍ଥିତ ନିଜ ଉଚ୍ଚାୟୋଗରେ କର୍ମଚାରୀଙ୍କ ସଂଖ୍ୟା ସେହି ଅନୁପାତରେ ମଧ୍ୟ ହ୍ରାସ କରିବ। ବୈଦେଶିକ ମନ୍ତ୍ରଣାଖୟ କହିଛି, ପାକିସ୍ତାନ ଇସଲାମାବାଦରେ ଭାରତ ଉଚ୍ଚାୟୋଗର ଅଧିକାରୀଙ୍କୁ ଡରାଇବା ଏବଂ ଭୟଭୀତ କରିବାକୁ କ୍ରମାଗତ ଅଭିଯାନ ଚଳାଇଛି।

ଭାରତ ପକ୍ଷରୁ ଏହି ନିଷ୍ପତ୍ତି ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନ ଦୂତାବାସର ୨ କର୍ମଚାରୀ ଗୁଇନ୍ଦାଗିରି କରୁଥିବା ବେଳେ ଧରା ପଡିବାର କିଛି ସପ୍ତାହ ପରେ ନେଇଛି। ଅନ୍ୟପଟେ ପାକିସ୍ତାନ ଇସଲାମାବାଦ ସ୍ଥିତ ଭାରତୀୟ ଉଚ୍ଚାୟୋଗର ଦୁଇ କର୍ମଚାରୀଙ୍କୁ ବନ୍ଧୁକ ମୂନରେ ନେଇ ଅତ୍ୟାଚାର କରିଥିଲା। ଉଭୟଙ୍କୁ ସଡକ ଦୁର୍ଘଟଣାର ଏକ ମିଥ୍ୟା ମାମଲାରେ ଫସା ଯାଇଥିଲା।

Leave A Reply

Your email address will not be published.

16 + ten =

error: Content is protected !!
Open chat