
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୧୦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଶ୍ୱସ୍ତି ପ୍ୟାକେଜକୁ ନେଇ ଟ୍ୱିଟ୍ କରି ଆଶ୍ୱସ୍ତି ପ୍ୟାକେଜରେ ହସ୍ତାକ୍ଷର କରିବା କଥା କହିଛନ୍ତି । ଏହା ପରେ ସାରା ବିଶ୍ୱରେ ସେୟାର ମାର୍କେଟରେ ଗତି ଦେଖିବାକୁ ମିଳିଛି । କାରଣ ଆମେରିକା ବିଶ୍ୱର ସବୁଠାରୁ ବଡ ଅର୍ଥବ୍ୟବସ୍ଥା । ଅନ୍ତର୍ଜାତୀୟ ବଜାରରେ ଦାମ୍ ହ୍ରାସ ହେବା ପରେ ଘରୋଇ ବଜାରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି ।
ସୁନା ଦାମ୍ ଲଗାତର ଖସିବାରେ ଲାଗିଛି ।ଗୁରୁବାର ଏମସିଏକ୍ସରେ ସୁନା ଓ ରୂପା ଦାମ୍ ଲଗାତର ତୃତୀୟ ଦିନ ହ୍ରାସ ହୋଇଛି । ବୁଧବାର ଦିଲ୍ଲୀ ସର୍ରୋଫା ବଜାରରେ ସୁନା ଦାମରେ ୬୯୪ ଟଙ୍କା ଶସ୍ତା ହୋଇଥିଲା ।ଏମସିଏକ୍ସରେ ରୂପାର ବାଏଦା ଦାମ୍ ୦.୨୩% ହ୍ରାସ ପାଇ ୬୦,୨୮୦ ପ୍ରତି କିଲୋଗ୍ରାମ ରହିଛି । ଗତ ସେସନରେ ସୁନାରେ ୫୦୦ ଟଙ୍କା ପ୍ରତି ୧୦ ଗ୍ରାମ ଯଦିଓ ରୂପାରେ ୦.୪ ପ୍ରତିଶତ ହ୍ରାସ ଆସିଥିଲା ।
ଏକ୍ସପର୍ଟ୍ସଙ୍କ କହିବାନୁସାରେ ଗୋଲ୍ଟ ଦାମ୍ ନିଜ ରେକର୍ଡ ସ୍ତରରୁ ହ୍ରାସ ପାଇ ୫୦,୦୦୦ ଟଙ୍କା ସ୍ତରକୁ ଆସିଯାଇଛି । ଦିପାବଳୀ ସୁଦ୍ଧା ସୁନା ଦାମରେ କୌଣସି ବଡ ପରିବର୍ତ୍ତନ ହୋଇନପାରେ । ଦିପାବଳୀରେ ମଧ୍ୟ ସୁନା ୫୦୦୦୦-୫୨୦୦୦ ଟଙ୍କା ପ୍ରତି ୧୦ ଗ୍ରାମ ପାଖାପାଖି ରହିପାରେ ।