ଗୋଟିଏ ପରିବାର ର ଦୁଇ ଭଉଣୀଙ୍କ ମଧ୍ୟରୁ ୯ ବର୍ଷ ର ନାବାଳିକା କୁ ଦୁଷ୍କର୍ମ ଓ ୧୪ ବର୍ଷୀୟ ନାବଳିକା କୁ ଅସଦାଚରଣ ଅଭିଯୋଗରେ ଦୁଇ ଗିରଫ।
ସୁନ୍ଦରଗଡ଼ ,ରାଜଗାଙ୍ଗପୁର(ସୌମ୍ୟଜୀତ ସ୍ୱାଇଁ)
ରାଜଗାଙ୍ଗପୁର ଅଞ୍ଚଳରେ ଦିନକୁ ଦିନ ନାବଳିକା ମାନଙ୍କୁ ଦୁଷ୍କର୍ମ ବଢ଼ିବାରେ ଲାଗିଛି।ଏପରି ଏକ ଲଜ୍ୟା ଜନକ ଘଟଣା ଘଟିଛି କୁତ୍ରା ଥାନା ଅନ୍ତର୍ଗତ ଜରାମୁଣ୍ଡାଇ ଗ୍ରାମରେ। ସୂଚନା ଅନୁଯାୟୀ ଜରାମୁଣ୍ଡାଇ ଗ୍ରାମର ୫୦ ବର୍ଷ ର ବୟସ୍କା ଜୟରାମ ବିଲୁଙ୍ଗ ଏକ ୯ବର୍ଷ ର ନାବାଳିକାକୁ ଦୁଷ୍କର୍ମ କରବା ସହ ସେହି ଗ୍ରାମର ରଞ୍ଜିତ ଡୁଙ୍ଗ ଡୁଙ୍ଗ ନାମକ ଏକ ବ୍ୟକ୍ତି ଗତ ୧୭ ତାରିଖ ଦିନ ଏକ ୧୪ ବର୍ଷ ର ନାବାଳିକା କୁ ଅପରାହ୍ନ ୩ ଟା ଘଟିକା ସମୟରେ ଅସଦାଚରଣ କରିବା ନେଇ ସେଇ ଗ୍ରାମର ୫୮ ବର୍ଷୀୟ ଜଣେ ବୟସ୍କ ବ୍ୟକ୍ତି ଡାମିଆନ ସୋରଙ୍ଗ କୁତ୍ରା ଥାନାରେ ଅଭିଯୋଗ କରିଥିଲେ ।ଅଭିଯୋଗ କୁ ଭିତି କରି ଦୁଇ ଜଣ ଅଭିଯୁକ୍ତ କୁ ଗିରଫ କରିବା ସହ ଦୁଇ ନାବାଳିକା ଭଉଣୀକୁ ଡାକ୍ତରୀ ମାଇନା ପାଇଁ ରାଜଗାଙ୍ଗପୁର କୁ ଗୋଷ୍ଟିସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା ଓ କୁତ୍ରା ଥାନା ଅଧିକାରୀ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତ ଙ୍କୁ ଡାକ୍ତରୀ ମାଇନା କରିବା ସହ କୋର୍ଟ ଚାଲାଣ କରିଛନ୍ତି।ଦିନକୁ ଦିନ ନାବଳିକା ମାନଙ୍କୁ ଦୁଷ୍କର୍ମ ବଢିବାରେ ଲାଗିଛି।ଫଳରେ ସମାଜରେ ନାବଳିକା ମାନେ ଅସୁରକ୍ଷିତ ମନେ କରୁଛନ୍ତି।