ନିମାପଡ଼ା, (ବସନ୍ତ ଦାସ / କଳିଙ୍ଗ ଜ୍ୟୋତି), ୨୧ ଜୁନ ୨୦୨୨ : ନୂଆଦିଲ୍ଲୀସ୍ଥିତ କଂଗ୍ରେସ କାର୍ଯ୍ୟଳୟ ଭିତରେ ପଶି ପୋଲିସ କଂଗ୍ରେସ କର୍ମୀଙ୍କୁ ଆକ୍ରମଣ ସହିତ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ପ୍ରତିବାଦରେ ଆଜି ଗୋପ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଗୋପ ଉପ-ଡାକଘର ସମ୍ମୁଖରେ ପ୍ରତିବାଦ ସଭା ହୋଇଥିଲା । ପ୍ରାୟ ଏକ ଘଣ୍ଟା ଧରି କଂଗ୍ରେସ କର୍ମୀ ମାନେ ପ୍ରତିବାଦ ସଭା କରି ଫେରିଥିଲେ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶରେ ହୋଇଥିବା ଏହି ପ୍ରତିବାଦ ସଭାରେ ବ୍ଲକ ସଭାପତି ଲକ୍ଷ୍ମୀଧର ପ୍ରଧାନ, ପ୍ରମୋଦ ରାୟ, ପଞ୍ଚାନନ ପରିଡ଼ା, ଭାଗିରଥି ସେନାପତି, ବଳରାମ ଦାସ, କାଳନ୍ଦି ଚରଣ ବେହେରା, ଶତ୍ରୁଘ୍ନ ରାଉତ, ଅଶୋକ ପଣ୍ଡା, ଆଲୋକ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ନିମାପଡ଼ା ଠାରେ ବ୍ଲକ ସଭାପତି ବିଜୟ ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ କର୍ମୀ ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ ।