ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେ ସ୍ଥିରତା ଦେଖାଇଲୁ ଏବଂ ସମାଧାନର ଦେଶ ଭାବରେ ଉଭା ହେଲୁ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ,୦୯-୧୦-୨୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଭାରତ ଏବଂ କାନାଡା ବାର୍ଷିକ ଇନଭେଷ୍ଟ ଇଣ୍ଡିଆ ସମ୍ମିଳନୀରେ ଉଦବୋଧନ ଦେଇ କହିଛନ୍ତି ଯେ ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେ ସ୍ଥିରତା ଦେଖାଇଲୁ ଏବଂ ସମାଧାନର ଦେଶ ଭାବରେ ଉଭା ହେଲୁ। ଭାରତ ଏବଂ କାନାଡା ମଧ୍ୟରେ ବ୍ୟବସାୟିକ ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ କେନ୍ଦ୍ରିତ ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଅଧିକାଂଶ ଲୋକଙ୍କ ପାଇଁ ଗୋଟିଏ କଥା ସାଧାରଣ ଯେଉଁମାନେ ନିବେଶ ସମ୍ପର୍କିତ ନିଷ୍ପତ୍ତି ନେଇଥାନ୍ତି। ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି ଯେ ଗୋଟିଏ ଦେଶରେ ବିନିଯୋଗ କରିବା ପୂର୍ବରୁ ଆପଣ କ’ଣ ଭାବନ୍ତି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏକ ଦୃଢ ଗଣତନ୍ତ୍ର, ରାଜନୈତିକ ସ୍ଥିରତା, ପୁଞ୍ଜି ବିନିଯୋଗ ଏବଂ ବ୍ୟବସାୟ ଅନୁକୂଳ ନୀତି ଓ ଦକ୍ଷ ପ୍ରତିଭା ଯେଉଁ ଦେଶରେ ଅଛି, ସେହି ଦେଶ ହେଉଛି ଭାରତ। ସେ କହିଛନ୍ତି ଯେ କୋଭିଡ୍ ପରବର୍ତ୍ତୀ ଦୁନିଆରେ ଆମେ ଅନେକ ସମୟରେ ବିଭିନ୍ନ ପ୍ରକାରର ସମସ୍ୟା ବିଷୟରେ ଶୁଣିଛେ। ସାରା ବିଶ୍ୱରେ ଉତ୍ପାଦନ ସମସ୍ୟା, ଯୋଗାଣ ଶୃଙ୍ଖଳାର ସମସ୍ୟା, ପିପିଇ ସମସ୍ୟା ଦେଖା ଦେଇଛି କିନ୍ତୁ ଭାରତ ସେହି ସମସ୍ୟାଗୁଡିକୁ ହେବାକୁ ଦେଇନାହିଁ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଭାରତ ଏବଂ କାନାଡା ବାର୍ଷିକ ଇନଭେଷ୍ଟ ଇଣ୍ଡିଆ ସମ୍ମିଳନୀରେ ଉଦବୋଧନ ଦେଇ କହିଛନ୍ତି ଯେ ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେ ସ୍ଥିରତା ଦେଖାଇଲୁ ଏବଂ ସମାଧାନର ଦେଶ ଭାବରେ ଉଭା ହେଲୁ। ଭାରତ ଏବଂ କାନାଡା ମଧ୍ୟରେ ବ୍ୟବସାୟିକ ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ କେନ୍ଦ୍ରିତ ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଅଧିକାଂଶ ଲୋକଙ୍କ ପାଇଁ ଗୋଟିଏ କଥା ସାଧାରଣ ଯେଉଁମାନେ ନିବେଶ ସମ୍ପର୍କିତ ନିଷ୍ପତ୍ତି ନେଇଥାନ୍ତି। ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି ଯେ ଗୋଟିଏ ଦେଶରେ ବିନିଯୋଗ କରିବା ପୂର୍ବରୁ ଆପଣ କ’ଣ ଭାବନ୍ତି।