ଖୁବଶୀଘ୍ର ଖୋଲିପାରେ ସ୍କୁଲ ! ! କ୍ୟାମ୍ପସ‌ ସଫେଇ ଏବଂ ଭିତ୍ତିଭୂମି ସଜାଡିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

0 501
greentech

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୯/୧୦ : କରୋନା ପାଇଁ ୬ ମାସରୁ ଉର୍ଦ୍ଧ୍ଵ ସମୟ ଧରି ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିଛି । ଏତେଦିନ ଧରି ସ୍କୁଲ ଗୁଡିକ ବନ୍ଦ ଥିବାରୁ କ୍ୟାମ୍ପସ ସଫେଇ ଓ ଭିତିଭୂମି ସଜାଡ଼ିବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି । ଶିକ୍ଷକମାନେ ହେଡ଼ କ୍ୱାର୍ଟର ଛାଡି ନ ଯିବାକୁ ମଧ୍ୟ କୁହାଯାଇଛି । ସ୍କୁଲ ଭିତିଭୂମିକୁ କୋଭିଡ ୧୯ ପୂର୍ବ ସ୍ଥିତିକୁ ଫେରାଇ ଆଣିବା ଦିଗରେ ସମସ୍ତେ କାର୍ଯ୍ୟ କରିବା ଲାଗି କୁହାଯାଇଛି । ଏହାର ଉଲ୍ଲଂଘନ କଲେ ଘଟଣାକୁ ଗୁରୁତର ସହିତ ନିଆଯିବ ବୋଲି ମଧ୍ୟ ସୂଚନା ରହିଛି । ଏହି ନିର୍ଦ୍ଦେଶ ପରେ ରାଜ୍ୟରେ ସ୍କୁଲ ଖୋଲିବା ନେଇ ଆଶା ଦେଖାଦେଇଛି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆକ୍ସନ ପ୍ଲାନ ପ୍ରସ୍ତୁତି କରିଥିବା ଜଣାପଡିଛି ।

ଉଲ୍ଲେଖ୍ୟଯୋଗ୍ୟ ଯେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଛି । କେନ୍ଦ୍ର ସରକାର ଅକ୍ଟୋବର ୧୫ ତାରିଖରୁ ସ୍କୁଲ କଲେଜ ଖୋଲିବାକୁ ପ୍ରସ୍ତୁତ ହେଉଥିବା ବେଳେ ,ପୂଜା ଛୁଟି ପୂର୍ବରୁ କୌଣସି ଶିକ୍ଷାନୁଷ୍ଠାନ ଖୋଲିପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଥିଲେ । ସେହିପରି ଅକ୍ଟୋବର ଶେଷ ସପ୍ତାହରେ ଶିକ୍ଷାନୁଷ୍ଠାନ ଖୋଲିବା ସମ୍ପର୍କରେ ନିଷ୍ପତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଥିଲେ ।

Leave A Reply

Your email address will not be published.

five + nine =

error: Content is protected !!
Open chat