ଚମକିଲେ ଆଉ ଜଣେ ଓଡ଼ିଆ ‘ନିଖିଳ ରଥ’ : ଟ୍ଵିଟ କରି ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0 388
greentech
ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ମାନବ ରହିତ ଗଗନଯାନ ମିଶନ ପାଇଁ ଚୂଡ଼ାନ୍ତ ୪ ଜଣ ମହାକାଶଚାରୀଙ୍କ  ମଧ୍ୟରେ ବଲାଙ୍ଗୀର ସୁନ୍ଦରପଦାର ନିଖିଲ ରଥ ।

ବର୍ତ୍ତମାନ ଚଣ୍ଡୀଗଡ଼ ଏୟାରବେସ ରେ ୱିଙ୍ଗ୍ କମାଣ୍ଡର ଭାବେ କାର୍ଯ୍ୟରତ ଅଛନ୍ତି ନିଖିଲ ରଥ 

ନୂଆଦିଲ୍ଲୀ/ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୦୮ : ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଆଉ ଜଣେ ଓଡ଼ିଆ ପୁଅ ଓ୍ଵିଙ୍ଗ କମାଣ୍ଡର ନିଖିଲ ରଥ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ମାନବ ରହିତ ମହାକାଶ ମିଶନ ଗଗନଯାନରେ ସାମିଲ ହେବା ନିଖିଲ ରଥଙ୍କ ପାଇଁ ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ୨୦୨୨ରେ ହେବାକୁ ଥିବା ଏହି ମିଶନ ପାଇଁ ଚୂଡ଼ାନ୍ତ କରାଯାଇଥିବା ୪ ଜଣ କ୍ରିଉ ସଦସ୍ୟଙ୍କ ମଧ୍ୟରେ ସେ ସ୍ଥାନ ପାଇଛନ୍ତି । ଏ ସଂପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ଵିଟ କରି ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ପାଇଁ ଓଡ଼ିଶା ଗର୍ବିତ ବୋଲି କହିଛନ୍ତି ।

https://twitter.com/dpradhanbjp/status/1292033597889634306

ସବୁକିଛି ଯୋଜନା ଅନୁସାରେ ଚାଲିଲେ ସେ ମହାକାଶକୁ ଯିବାରେ ପ୍ରଥମ ଓଡ଼ିଆ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଋଷିଆରେ ତାଲିମ ନେଉଥିବା ଭାରତୀୟ ବାୟୁସେନାର ଗଗନଯାନ ଟିମ ନିକଟରେ ନିଜର ତାଲିମ ଶେଷ କରିଛି । ଏହି ଟିମରେ ଥିବା ନିଖିଳ ନିଜର ତାଲିମ ସଂପୂର୍ଣ୍ଣ କରିଛନ୍ତି ।

ନିଖିଲଙ୍କ ପରିବାର ବଲାଙ୍ଗୀର ସହରର ସୁନ୍ଦରପଦାରେ ରୁହନ୍ତି । ଗତ ୨୦୦୪ ମସିହାରେ ନିଖିଲ ବାୟୁସେନାରେ ସାମିଲ ହୋଇଥିଲେ। ବର୍ତ୍ତମାନ ସେ ଚଣ୍ଡୀଗଡ଼ ଏୟାରବେସ ରେ ୱିଙ୍ଗ୍ କମାଣ୍ଡର ଭାବେ କାର୍ଯ୍ୟରତ ଅଛନ୍ତି। ସଂଯୋଗବଶତଃ ତାଙ୍କ ସ୍ତ୍ରୀଙ୍କ ନାଁ ଗଗନ ରଥ। ଏୟାରଫୋର୍ସର ଅନେକ କଠିନ ମିଶନରେ ନିଖିଲ ସାମିଲ ଥିବାବେଳେ ସଫଳତାର ସହ ତାକୁ ସଂପାଦନ କରି ଅନେକ ଥର ପୁରସ୍କୃତ ମଧ୍ୟ ହୋଇଛନ୍ତି।

Leave A Reply

Your email address will not be published.

2 × three =

error: Content is protected !!
Open chat