ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଆସନ୍ତାକାଲି ହୀରାକୁଦରୁ ହେବ ନିଷ୍କାସିତ।

0 279
greentech

ସମ୍ବଲପୁର (କଳିଙ୍ଗ ଜ୍ୟୋତି) : ଆସନ୍ତାକାଲି ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବ । କାଲି ଦିନ ୧୦ଟା ପରେ ଯେ କୌଣସି ସମୟରେ ହୀରାକୁଦ ଡ୍ୟାମ୍ ର ଗେଟ ଖୋଲାଯିବ । ପ୍ରଥମ ପର୍ଯ୍ୟାୟରେ ୫ଟି ଗେଟ୍ ଖୋଲାଯିବ ବୋଲି ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ମିଳିଛି । ମହାନଦୀ ଭିତରକୁ ଯିବା ପାଇଁ ମତ୍ସ୍ୟଜିବୀଙ୍କୁ ବାରଣ କରାଯାଇଛି ।

ଏନେଇ ତଳମୁଣ୍ଡର ୯ଟି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି ।ଅନ୍ୟପଟେ ମାଇକ୍ ଯୋଗେ ଲୋକଙ୍କୁ ସତର୍କ କରାଯାଉଛି ।ଏ ବର୍ଷ ବର୍ଷାର ପରିମାଣ ଅଧିକ ରହିଥିବାରୁ ଉପର ମୁଣ୍ଡରେ ପ୍ରବଳ ବର୍ଷା ଓ ଡ୍ୟାମକୁ ଜଳ ପ୍ରବେଶ ପାଇଁ ଚଳିତ ବର୍ଷ ଗତବର୍ଷ ଅପେକ୍ଷା ଶୀଘ୍ର ଗେଟ୍ ଖୋଲାଯିବ ବୋଲି କୁହାଯାଇଛି ।

Leave A Reply

Your email address will not be published.

4 × 3 =

error: Content is protected !!
Open chat