ଚଳିତ ବର୍ଷ ସେପ୍ଟେମ୍ବର-ଅକ୍ଟୋବର ବେଳକୁ ଆସିବ କରୋନାର ତୃତୀୟ ଲହର: ଆଇଆଇଟି କାନପୁର ଅଧ୍ୟୟନ

0 448
greentech

ନୂଆଦିଲ୍ଲୀ ୨୧/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଚଳିତ ବର୍ଷ ସେପ୍ଟେମ୍ବର-ଅକ୍ଟୋବର ବେଳକୁ ଆସିବ କରୋନାର ତୃତୀୟ ଲହର । ଆଇଆଇଟି କାନପୁର କରିଥିବା ଅଧ୍ୟୟନରୁ ଏହା ଜଣାପଡିଛି।ପ୍ରଫେସର ରାଜେଶ ରଂଜନ ଏବଂ ମହେନ୍ଦ୍ର ବର୍ମାଙ୍କ ଦ୍ୱାରା ଏହି ଅଧ୍ୟୟନ କରାଯାଇଥିଲା । ତୃତୀୟ ଲହର ଖୁବ ଶୀଘ୍ର ଆସିବ ବୋଲି ଆଶଙ୍କା କରାଯାଉଥିବା ବେଳେ ପ୍ରଫେସର ରାଜେଶ ରଂଜନ ଏବଂ ମହେନ୍ଦ୍ର ବର୍ମା ଅଧ୍ୟୟନ ପରେ ଏହା ସେପ୍ଟେମ୍ବର-ଅକ୍ଟୋବର ବେଳକୁ ଆସିପାରେ ବୋଲି କହିଛନ୍ତି ।
ଆଇଆଇଟି କାନପୁର ପକ୍ଷରୁ ପ୍ରେସ ବିବୃତ୍ତି ଜାରି କରି କୁହାଯାଇଛି ଯେ, ତୃତୀୟ ଲହରକୁ ନେଇ ନୀତି ନିର୍ମାତା ଏବଂ ଜନସାଧାରଣଙ୍କ ମଧ୍ୟରେ ଏକ ବଡ ଚିନ୍ତା ରହିଛି । ଆମେ ଅଧ୍ୟୟନ ପରେ ଅନୁମାନ କରୁଛୁ ଯେ ଜୁଲାଇ ୧୫ରେ ଭାରତ ସମ୍ପୂର୍ଣ୍ଣ ଭାବେ ଅନଲକ୍ ହେବ।ଏହାପରେ ୩ଟି ଜିନିଷ ହୋଇପାରେ । ପ୍ରଥମରେ, ଅକ୍ଟୋବରରେ ତୃତୀୟ ଲହର ଶିଖର ଛୁଇଁବ କିନ୍ତୁ ଦ୍ୱିତୀୟ ଲହର ଅପେକ୍ଷା କମ୍ ପ୍ରଭାବ ରହିବ। ଦ୍ଵିତୀୟରେ, ଦ୍ଵିତୀୟ ଲହରଠାରୁ ତୃତୀୟ ଲହର ଅଧିକ ସଂକ୍ରାମକ ହୋଇପାରେ ଏବଂ ସେପ୍ଟେମ୍ବରରୁ ଆରମ୍ଭ ହୋଇପାରେ । ତୃତୀୟରେ, ଯଦି କଠୋର କରୋନା କଟକଣା ପାଳନ କରାଯାଏ, ତେବେ ତୃତୀୟ ଲହର ଆସୁ ଆସୁ ଅକ୍ଟୋବର ହୋଇପାରେ ଏବଂ ଏହା ଦ୍ଵିତୀୟ ଲହରଠାରୁ କମ ପ୍ରଭାବଶାଳୀ ହେବ।

Leave A Reply

Your email address will not be published.

9 − 9 =

error: Content is protected !!
Open chat