‘ଚାଟଶାଳୀରେ ଶିକ୍ଷାମନ୍ତ୍ରୀ’

0 396
greentech

ଯାଜପୁର ରୋଡ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୦/୦୭ : ‘ଚାଟଶାଳୀରେ ଶିକ୍ଷାମନ୍ତ୍ରୀ’ – ଶୀର୍ଷକଟି ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ, ମାତ୍ର ଏହା ସତ୍ୟ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ ସ୍ଥାନୀୟ ବିଧାୟକ ପ୍ରୀତି ରଞ୍ଜନ ଘଡେଇ ସୁକିନ୍ଦା, କନ୍ତିରା ଗାଁର ନନ୍ଦ ସାରଙ୍କ ଚାଟଶାଳୀ ପରିଦର୍ଶନ କରିଛନ୍ତି । ନନ୍ଦ ସାର୍, ୧୯୪୬ ମସିହାରୁୁ ନିରବଛିନ୍ନ ଭାବେ କନ୍ତିରା ଗାଁ ଚାଟଶାଳୀରୁ ଦେୟମୁକ୍ତ ଶିକ୍ଷାଦାନ କରିଆସୁଛନ୍ତି । ଚାଟଶାଳୀ ମାଧ୍ୟମରେ ୧୦୨ ବର୍ଷର ପରିଣତ ବୟସରେ, ଏବେ ମଧ୍ୟ ଶିକ୍ଷାଦାନ କରିଆସୁଛନ୍ତି ନନ୍ଦ ସାର୍ । ସ୍ଥାନୀୟ ବିଧାୟକ ପ୍ରୀତି ରଞ୍ଜନ ଘଡେଇ ମଧ୍ୟ ସ୍କୁଲ ଓ ଗଣଶିକ୍ଷାଙ୍କ ସହ ଚାଟଶାଳୀ ପରିଦର୍ଶନ କରି ନନ୍ଦ ସାରଙ୍କୁ ସମ୍ବର୍ଦ୍ଦିତ କରିଥିଲେ ।

ଦୀର୍ଘବର୍ଷ ଧରି ଉଦାହରଣ ପାଲଟିଥିବା, ସମାଜ ପାଇଁ ପ୍ରେରଣାର ଉତ୍ସ ସାଜି ନିଃସ୍ୱାର୍ଥପର ଭାବେ ମଣିଷ ତିଆରି କରିଆସୁଥିବା ନନ୍ଦ ସାରଙ୍କ ସୁସ୍ଥ ଓ ଦୀର୍ଘାୟୁ ଜୀବନ କାମନା କରିଥିଲେ । ପ୍ରେରଣାର ଉତ୍ସ, ଓଡ଼ିଶାର ଗର୍ବ ଏହି ଗୁରୁଙ୍କ ଚାଟଶାଳୀ ପାଇଁ ସ୍ୱତନ୍ତ୍ର ଗୃହ ନିର୍ମାଣ ହେବ। ସେଠାରେ ସ୍ଥାନୀୟ ବିଧାୟକ ପ୍ରୀତି ରଞ୍ଜନ ଘଡେଇ ଏବଂ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କନ୍ତିରା ଗାଁର ନୂତନ ଚାଟଶାଳୀ ଗୃହର ଶୁଭ ଦେଇଥିଲେ ।

Leave A Reply

Your email address will not be published.

1 × 5 =

error: Content is protected !!
Open chat