ଚୀନକୁ ଭାରତର କଡା ସନ୍ଦେଶ : ଏଲଏସିରେ ଦୀର୍ଘଦିନ ଧରି ଚାଲିବନି ବିବାଦ ।

0 205
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୬/୦୬ ଦୀର୍ଘ ଦିନ ଧରି ଚାଲିବନି ସୀମା ବିବାଦ । ଏହାର ଚୀନକୁ ଏହାର ଫଳ ଭୋଗିବାକୁ ପଡିବ । ଲଦାଖ ସୀମାନ୍ତ ଗଲୱାନ ଘାଟି ବିବାଦ ଘଟଣାକୁ ନେଇ ଏବେ ଚୀନକୁ ଏପରି କିଛି କଡାବାଣୀ ଶୁଣେଇ ଦେଇଛି ଭାରତ । ପୂର୍ବ ଲଦାଖରେ ଥିବା ଲାଇନ୍ ଅଫ୍ ଆକଚୁଆଲ୍ କଂଟ୍ରୋଲ ବା ଏଲଏସିରେ ଅନ୍ତର୍ଜାତୀୟ ସୀମାକୁ ଚୀନ୍ ଅସ୍ୱୀକାର କରିଆସୁଛି । ଗଲୱାନ ଘାଟିକୁ ନିଜ ଅଂଚଳ ସୀମା ମଧ୍ୟରେ ବୋଲି ଚୀନ୍ ଏବେ ଅବାନ୍ତର ଯୁକ୍ତି ଦର୍ଶାଇ ଅଡି ବସିଛି । ତେବେ ଏହାକୁ ନେଇ ଅତି କଠୋର ଭାବରେ ଭାରତର ବୈଦେଶିକ ମନ୍ତ୍ରାଳୟ ପ୍ରତିକ୍ରିୟା ପ୍ରକାଶ କରିଛି । ବାସ୍ତବ ଲାଇନ ଅଫ୍ ଆକଚୁଆଲ୍ କଂଟ୍ରୋଲକୁ ଚୀନ୍ ସ୍ୱୀକାର କରିବା ସହ ସମସ୍ତ ସୀମା ବୁଝାମଣା ତଥା ଅନ୍ତର୍ଜାତୀୟ ସୀମା ଆଇନକୁ ସମ୍ମାନ ଦେବାକୁ ଭାରତ ଆହ୍ୱାନ କରିଛି । ଏହା ସହିତ ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବାକୁ ଚୀନ୍ ସହଯୋଗ କରିବା ଆବଶ୍ୟକତା ଥିବା ଭାରତ କହିଛି । ବର୍ତମାନର ସୀମା ବିବାଦ ଅଧିକ ଦିନ ଲାଗି ରହିଲେ ଦୁଇ ଦେଶ ମଧ୍ୟରେ ଥିବା ସଂପର୍କ ପ୍ରଭାବିତ ହେବ ବୋଲି ଭାରତର ବୈଦେଶିକ ମନ୍ତ୍ରାଳୟ ସ୍ପଷ୍ଟ କରିଛି ।ସାଟେଲାଇଟ୍ ଚିତ୍ରରୁ ସ୍ପଷ୍ଟ ହୋଇଛି ଗଲୱାନ ଘାଟି ଯାହାକି ଏଲଏସି ରେ ଯାଉଛି ସେଠାରେ ଚୀନ୍ ପକ୍ଷରୁ ବଡଧରଣର ନିର୍ମାଣ କାମ ଚାଲିଛି । ସୈନ୍ୟ ଠୁଳ କରିବା ସହିତ ବର୍ଡର ପୋଷ୍ଟ ତିଆରି କରୁଛି ଚୀନ୍ । ଗତ ମେ ମାସରୁ ଚୀନ୍ ଏସବୁ କାମ ଗଲୱନ ଘାଟିରେ କରିଆସୁଛି । ଯାହାକୁ ନେଇ ଭାରତ ଅସନ୍ତୋଷ ପ୍ରକାଶ କରିଛି । ଗତ ୧୫ ଜୁନ୍ ରାତିରେ ଚୀନ୍ ସେନା ଭାରତ ସେନା ଉପରେ ଗଲୱନ ଘାଟିରେ ରାତି ଅଧିଆ ଆକ୍ରମଣ କରିବା ପରେ ୨୦ ଭାରତୀୟ ଜବାନ ସହିଦ ହୋଇଥିଲେ । ଏହା ପରଠାରୁ ଦୁଇ ଦେଶ ମଧ୍ୟରେ ସୀମା ବିବାଦ ଅଧିକ ତେଜିଛି । ଚୀନ୍ ଗଲୱାନ ଘାଟିକୁ ନିଜର ବୋଲି ବଳପୂର୍ବକ ଦାବି କରୁଛି । ଯାହାକୁ ଅସ୍ୱୀକାର କରିଆସିଛି ଭାରତ ।

Leave A Reply

Your email address will not be published.

3 × five =

error: Content is protected !!
Open chat