![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
![](https://i0.wp.com/kalingajyoti.com/wp-content/uploads/2020/07/thtjheth.jpg?resize=474%2C315)
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୨/୦୭: ଟିକ୍ଟକ୍, ୟୁସି ବ୍ରାଉଜର ଏବଂ କ୍ୟାମ୍ ସ୍କାନର ସମେତ ୫୯ ଚୀନ୍ ମୋବାଇଲ୍ ଆପ୍କୁ ନିଷିଦ୍ଧ କରିବାପରେ ଭାରତ ଚୀନ୍ ବିରୋଧରେ ଆହୁରି ଅଧିକ କଡ଼ା ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଉଛି। ଚୀନ୍ ବିରୋଧରେ ଭାରତ ଏବେ ଅନ୍ୟ ରାଷ୍ଟ୍ରମାନଙ୍କୁ ଏକଜୁଟ୍ କରିବ। ଚୀନ୍ର ମୁକାବିଲା ଏବଂ ଚୀନ୍ ସାମଗ୍ରୀ ବର୍ଜନ କରିବା ପାଇଁ ଏକ ଅନ୍ତର୍ଜାତୀୟ ମେଣ୍ଟ ଗଠନ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ମେଣ୍ଟକୁ ୩ ଭାଗରେ ବିଭକ୍ତ କରାଯାଇ ପାରିବ।
![](https://kalingajyoti.com/wp-content/uploads/2020/07/hgjhjfh.jpg)
ପ୍ରଥମେ କରୋନା ମହାମାରୀ ଯୋଗୁଁ ସମସ୍ୟାରେ ପଡ଼ିଥିବା ରାଷ୍ଟ୍ର ଏବଂ କରୋନା ପାଇଁ ଚୀନ୍କୁ ଦାୟୀ କରୁଥିବା ରାଷ୍ଟ୍ରମାନଙ୍କୁ ଭାରତ ନିଜ ସପକ୍ଷରେ ଆଣିବ। ଏହି ରାଷ୍ଟ୍ରମାନେ ଚୀନ୍ଠାରୁ ଭାଇରସ୍ ପାଇଁ କ୍ଷତିପୂରଣ ଦାବି କରିପାରିବେ ଏବଂ ଚୀନ୍ ବିରୋଧରେ ବୈଶ୍ବିକ କାର୍ଯ୍ୟାନୁଷ୍ଠାନ ପାଇଁ ଚାହିବେ। ଏହି ଶ୍ରେଣୀରେ ଆମେରିକା, ବ୍ରିଟେନ୍, ଜର୍ମାନି, ଜାପାନ୍ ଏବଂ କାନାଡ଼ା ଆଦି ରାଷ୍ଟ୍ର ରହିଛନ୍ତି। ଗତ ମାସରେ ୧୦୦ରୁ ଅଧିକ ରାଷ୍ଟ୍ର କରୋନା କେଉଁଠୁ ବ୍ୟାପିଲା ତାହାର ତଦନ୍ତ ପାଇଁ ଡବ୍ଲ୍ୟୁଏଚ୍ଓରେ ପ୍ରସ୍ତାବ ରଖିଥିଲେ। ଏଥିରୁ ଜଣାପଡ଼ିଛି ଯେ ଅଧିକାଂଶ ରାଷ୍ଟ୍ର ଚୀନ୍ ଉପରେ କ୍ରୋଧ ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷେ ଚୀନ୍ ସହ ସୀମା ବିବାଦ ଥିବା ୧୮ ଟି ରାଷ୍ଟ୍ର ବି ଚୀନ୍ ବିରୋଧରେ ବାହାରିବେ। ଯଦି ଚୀନ୍ର ପାରମ୍ପରିକ ଶତ୍ରୁଙ୍କ କଥା ଆସିବ ତେବେ ଜାପାନ୍, ଆମେରିକା ଏବଂ ଭିଏତନାମ ଭାରତକୁ ସମର୍ଥନ କରିବେ। ଚୀନ୍ ବିରୋଧରେ ଅନ୍ତର୍ଜାତୀୟ ମେଣ୍ଟ ଗଠନ ହେଲେ ଜାପାନ୍, ଆମେରିକା ଏବଂ ଭିଏତନାମ ଭାରତ ସପକ୍ଷରେ ରହିବେ ବୋଲି କୁହାଯାଉଛି।