ଭୁବନେଶ୍ୱରରେ ସ୍ଥିତି ବିଗିଡିବାରେ ଲାଗିଛି। ବସ୍ତି ଅଂଚଳର ବଢ଼ୁଛି କରୋନା ।

0 133
greentech

କଳିଙ୍ଗଜ୍ୟୋତି ଭୁବନେଶ୍ୱର ୦୨/୦୭ : ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି । ବସ୍ତି ଅଂଚଳର ବଢ଼ୁଛି କରୋନା । ପ୍ରତ୍ୟକ ଦିନ ନୂଆ ନୂଆ ବସ୍ତିରୁ ଚିହ୍ନଟ ହେଉଛନ୍ତି କରୋନା ସଂକ୍ରମିତ । ବୁଧବାର ଚିହ୍ନଟ ହୋଇଥିବା କରୋନା ସଂକ୍ରମିତ ଥିବା ତାଲିକାରେ ଯୋଡି ହୋଇଛି ଡୁମଡୁମାର ରଘୁନାଥ ନଗର ବସ୍ତି ଓ ଶୁକ ବିହାର ବସ୍ତି । ଗତକାଲି ଚିହ୍ନଟ ହୋଇଥିବା ସ୍ଥାନୀୟ ୮ ସଂକ୍ରମିତଙ୍କ ମଧ୍ୟରୁ ରଘୁନାଥ ନଗର ବସ୍ତିରୁ ୨ଜଣ ଓ ଶୁକ ବିହାର ବସ୍ତିରୁ ଜଣେ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ ଡୁମଡୁମା ସୁବାସନଗର ବସ୍ତିିରେ ସ୍ଥିତି ସୁଧୁରିବା ପରେ ଏହାକୁ କଂଟେନମେଂଟ ଜୋନ୍ ମୁକ୍ତ ଘୋଷଣା କରିଛି ବିଏମସି । ଏହି ବସ୍ତିରୁ ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜୁନ୍ ୨୦ରୁ ଏହି ଅଂଚଳକୁ କଂଟେନମେଂଟ ଜୋନ୍ ଘୋଷଣା କରିଥିଲା ବିଏମସି । ରାଜଧାନୀରେ ଏବେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୨ରେ ପହଁଚିଛି । ଏଥିରୁ ୧୯୨ ଜଣ ସୁସ୍ଥ ହୋଇଥିବାବେଳେ ୧୩୫ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି ।

Leave A Reply

Your email address will not be published.

16 − fifteen =

error: Content is protected !!
Open chat