ଜମ୍ମୁ-କଶ୍ମୀରରୁ ମୂଳପୋଛ ହେବେ ଆତଙ୍କବାଦୀ: ହିଟ୍‌ଲିଷ୍ଟ୍‌ରେ ୧୨ଜଣ

0 363
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଶ୍ରୀନଗର ୦୨/୦୭:ଜମ୍ମୁ-କଶ୍ମୀରରୁ ଆତଙ୍କବାଦୀଙ୍କୁ ମୂଳପୋଛ କରିବା ପାଇଁ ସ୍ଥାନୀୟ ପୋଲିସ ପକ୍ଷରୁ ଏକ ବଡ଼ଧରଣ ପଦକ୍ଷେପ ଗ୍ରହଣ କରାଯାଇଛି। କଶ୍ମୀର ଜୋନ୍‌ ପୋଲିସ ୧୨ ଜଣ ଆତଙ୍କବାଦୀଙ୍କ ହିଟ୍‌ଲିଷ୍ଟ୍‌ ପ୍ରସ୍ତୁତ କରାଯାଇଛି। ଏଥିରେ ଜୈଶ୍‌-ଇ-ମହମ୍ମଦ୍‌ର ୩ ଜଣ, ଲଶ୍କର-ଇ-ତୋଏବାର ୫ ଜଣ ଏବଂ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ର ୪ ଆତଙ୍କବାଦୀଙ୍କ ନାମ ରହିଛି। ଜୈଶ୍‌ କମାଣ୍ଡର ଗାଜି ରାଶିଦ୍‌, ଲମ୍ବୁଙ୍କ ନାମ ଉପରେ ରହିଛି। ଏହା ତଳକୁ ହିଜ୍‌ବୁଲ୍‌ର୍‌ ଡ. ସୈଫୁଲାଙ୍କ ନା ଅଛି। ସେହିପରି ତାଲିକାରେ ଲଶ୍କର ଆତଙ୍କବାଦୀ ଉସମାନ୍‌ ଏବଂ ନସରୁଲ୍ଲାଙ୍କ ନାମ ରହିଛି।

ଜମ୍ମୁ-କଶ୍ମୀରରେ ବର୍ତ୍ତମାନ ୧୭୦ ଆତଙ୍କବାଦୀ ସକ୍ରିୟ ଥିବା ପୋଲିସ ପକ୍ଷରୁ କୁହାଯାଇଛି। କଶ୍ମୀର ଜୋନ୍‌ ଆଇଜିପି ବିଜୟ କୁମାର ଏନେଇ ସୂଚନା ଦେଇଛନ୍ତି। ଗତ ୬ ମାସରେ ୧୧୮ ଆତଙ୍କବାଦୀଙ୍କର ଏନ୍‌କାଉଣ୍ଟରରେ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୧୦୭ ଜଣ ୍‌ସ୍ଥାନୀୟ ଆତଙ୍କବାଦୀ ରହିଛନ୍ତି। ସେହିପରି ହିଜ୍‌ବୁଲ୍‌ର ୫୭, ଲଶ୍କରର ୨୪, ଜୈଶ୍‌ର ୨୨, ଆଇଏସ୍‌ଜେକେର ୭, ଅଂସାର ଗଜବାତ ଉଲ୍‌ ହିନ୍ଦ୍‌ର ୭ ଏବଂ ଅଲବଦର ସଂଗଠନର ଜଣେ ଆତଙ୍କବାଦୀ ରହିଥିବା ସେ କହିଛନ୍ତି।

Leave A Reply

Your email address will not be published.

twelve − 11 =

error: Content is protected !!
Open chat