ଜାତୀୟ କ୍ରୀଡା ଦିବସ ଅବସରରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ପ୍ରଦାନ କଲେ ‘ଜାତୀୟ କ୍ରୀଡା ପୁରସ୍କାର’ – ଓଡିଶାରୁ ଦୂତି ଚାନ୍ଦ ପାଇଲେ ‘ଅର୍ଜୁନ ସମ୍ମାନ’

0 492
greentech

ନୂଆଦିଲ୍ଲୀ/ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୦/୦୮ : ଜାତୀୟ କ୍ରୀଡା ଦିବସ ଅବସରରେ ଓଡିଆ ଧାବିକା ଦୂତି ଚାନ୍ଦଙ୍କୁ ଅଜୁର୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି । କୋଭିଡ୍‌-୧୯ ମହାମାରୀ ହେତୁ ଚଳିତ ବର୍ଷର ଜାତୀୟ କ୍ରୀଡା ପୁରସ୍କାର ବିତରଣ ଉତ୍ସବ ଅନଲାଇନ ମାଧ୍ୟମରେ କରାଯାଇଥିଲା । ପୁରସ୍କାର ବିଜେତାମାନେ ଭାରତ ଦ୍ୱାରା ନିର୍ମିତ ୯ଟି କ୍ରୀଡ଼ା ପ୍ରାଧିକରଣରୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ସହିତ ଯୋଡ଼ି ହୋଇଥିଲେ । ବିଜେତାମାନେ ନିଜ ନିଜ ସ୍ଥାନରୁ ଲଗ ଇନ୍‌ କରି ଏହି ଉତ୍ସବରେ ଭାଗ ନେଇଥିଲେ ।

ଦୂତି ଚାନ୍ଦଙ୍କ ସମେତ ମୋଟ ୨୭ ଜଣ କ୍ରୀଡାବିତ୍‌ଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି । ଅର୍ଜୁନ ପୁରସ୍କାର ସହ କ୍ରୀଡ଼ାବିତମାନଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ, ଦ୍ରୋଣାଚାର୍ଯ୍ୟ ପୁରସ୍କାର ଓ ଧ୍ୟାନଚାନ୍ଦ ପୁରସ୍କାର ମଧ୍ୟ ଦିଆଯାଇଛି । ଏଥର ୫ ଜଣ କ୍ରୀଡ଼ାବିତଙ୍କ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ଦିଆଯାଇଛି । ସେ ମଧ୍ୟରେ ରହିଛନ୍ତି କ୍ରିକେଟ ଖେଳାଳି ରୋହିତ ଶର୍ମା, ପାରା ଆଥଲେଟ ମାରିୟପ୍ପାନ ଟି., ଟେବୁଲ ଟେନିସ ଖେଳାଳି ମଣିକା ବାତ୍ରା, ରେସଲର ବିନେଶ ଫୋଗଟ, ହକି ଖେଳାଳି ରାଣୀ ।

Leave A Reply

Your email address will not be published.

1 + twelve =

error: Content is protected !!
Open chat