ଜାନୁଆରୀରୁ ଅଷ୍ଟ୍ରେଲିଆର ସବୁ ଦେଶବାସୀଙ୍କୁ ମାଗଣା କରୋନା ଟୀକା : ସ୍ବାସ୍ଥ୍ୟମନ୍ତ୍ରୀ ଗ୍ରେଗ୍ ହଣ୍ଟ

0 653
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଆଡ଼ିଲେଡ଼ ୦୮/୦୯ : ଆସନ୍ତା ଜାନୁଆରୀ ମାସରୁ ଅଷ୍ଟ୍ରେଲିଆରେ ଦେଶବାସୀଙ୍କୁ ଦିଆଯିବ କରୋନା ଟୀକା । ଅଷ୍ଟ୍ରେଲିଆର ସ୍ବାସ୍ଥ୍ୟମନ୍ତ୍ରୀ ଗ୍ରେଗ୍ ହଣ୍ଟ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଜାନୁଆରୀରେ ଅଷ୍ଟ୍ରେଲିଆରେ କରୋନା ଟୀକା ମିଳିଯିବ ଏବଂ ଏହି ଟୀକାର ଦୁଇଟି ଡ଼ୋଜ୍ ଲୋକମାନଙ୍କୁ ଦିଆଯିବ । ଏହି ଟୀକା ବହୁ ବର୍ଷ ପର୍ଯ୍ୟନ୍ତ ଲୋକଙ୍କୁ କରୋନାରୁ ସୁରକ୍ଷିତ ରଖିବ ବୋଲି ସେ କହିଛନ୍ତି ।

ଅଷ୍ଟ୍ରେଲିଆ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଅଷ୍ଟ୍ରେଲିଆ ସରକାର ଅକ୍ସଫୋର୍ଡ଼ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ କରୋନା ଟୀକା ଖରିଦ କରିବା ପାଇଁ ମଧ୍ୟ ବୁଝାମଣା କରିଛନ୍ତି । ଏହା ଯଦି ସୁରକ୍ଷିତ ବୋଲି ଅନୁଭୂତ ହୁଏ ତେବେ କ୍ବିନ୍ସଲ୍ୟାଣ୍ଡ ବିଶ୍ବ ବିଦ୍ୟାଳୟରେ ଏହାକୁ ବିକଶିତ କରାଯିବ । ଅଷ୍ଟ୍ରେଲିଆରେ ବିକଶିତ କରୋନା ଟୀକାକୁ ପ୍ରଥମ ଡ଼ୋଜ ଦିଆଯିବା ପରେ ମାସକ ପରେ ଦ୍ବିତୀୟ ଡ଼ୋଜ୍ ପ୍ରଦାନ କରାଯିବ । ଏହା ଆଜୀବନ କାର୍ଯ୍ୟ କରିବ କି ନାହିଁ ତାହା ଉପରେ ପରୀକ୍ଷାନିରୀକ୍ଷା ଚାଲିଛି ବୋଲି ସେ କହିଛନ୍ତି ।

ଟୀକା ସୁରକ୍ଷିତ ମନେ ହେବା ଓ ଏଥିପାଇଁ ସରକାରୀ ମଞ୍ଜୁରୀ ମିଳିବା ପରେ ଏହା ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ ଓ ସମ୍ଭବତଃ ଜାନୁଆରୀ ମାସରୁ ଏହାକୁ ପ୍ରଦାନ କରାଯିବ । ଆସନ୍ତା ବର୍ଷ ପର୍ଯ୍ୟନ୍ତ ଦେଶରେ ୮୦ ନିୟୁତ କରୋନା ଟୀକା ଆବଶ୍ୟକ ଏହାମଧ୍ୟରୁ ଜାନୁଆରୀ-ଫେବ୍ରୁଆରୀରେ ୩.୮ ନିୟୁତ ଟୀକା ଆବଶ୍ୟକ ପଡ଼ିବ । ଛାମୁଆଁ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ଏହି ଟୀକା ପ୍ରଦାନ କରାଯିବ । ଏହା ସହ ଅଷ୍ଟ୍ରେଲିଆ ରାଷ୍ଟ୍ରପତି ସ୍ପର୍ଟ ମୋରିସନ ସମସ୍ତଙ୍କୁ ମାଗଣା ଟୀକା ଦିଆଯିବ ବୋଲି ଘୋଷଣା କରିଥିବା କଥା ସ୍ବାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ଏଥିପାଇଁ ୧୦୦ ନିୟୁତ ସିରିଞ୍ଜ ଖରିଦ କରାଯିବ ବୋଲି ଉଲ୍ଲେଖ କରି ଲୋକମାନଙ୍କଠାରୁ ଏଥିପାଇଁ କୌଣସି ଅର୍ଥ ନିଆଯିବ ନାହିଁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

4 × five =

error: Content is protected !!
Open chat