ଜାମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ସେନା ଗୁଳିରେ ୩ ଆତଙ୍କବାଦୀ ନିହତ

0 594
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୯/୦୮: ଗତକିଛି ଦିନ ହେଲା ଘାଟିରେ ଆତଙ୍କବାଦୀ ବିରୋଧରେ ସେନାର ଲଢେଇ ଜାରି ରହିଛି। ପୁଣି ଜାମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ସୁରକ୍ଷାକର୍ମୀଙ୍କୁ ଏକ ବଡ ସଫଳତା ମିଳିଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଆଉ ତିନି ଆତଙ୍କୀ ନିହତ ହୋଇଛନ୍ତି। ଏହା ସହ ଏନକାଉଣ୍ଟରରେ ଗୁରୁତର ଆହତ ହୋଇଥିବା ଜଣେ ଯବାନ ସହିଦ ହୋଇଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ନିହତ ଆତଙ୍କବାଦୀ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ସେନା ପକ୍ଷରୁ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ସୂଚନା ଅନୁଯାୟୀ, ପୁଲଓ୍ୱାମାର ଜଦୁରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ସେନା ଓ ସ୍ଥାନୀୟ ପୁଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଆତଙ୍କୀ ଲୁଚି ରହିଥିବାର ଖବର ମିଳିବା ମାତ୍ରେ ସେନା ଓ ସ୍ଥାନୀୟ ପୁଲିସ ପୁରା ଅଞ୍ଚଳକୁ ଘେରି ଯାଇଥିଲେ। ଚାରିପଟୁ ସେନା ଘେରିବା ଦେଖି ଆତଙ୍କୀମାନେ ଗୁଳିଚାଳନା ଆରମ୍ଭ କରିଥିଲେ। ଯାହାର ଦୃଢ ଜବାବ ସେନାବାହିନୀ ପକ୍ଷରୁ ଦିଆଯାଇଥିଲା ।

ଖବର ମୁତାବକ, ଜମ୍ମୁ-କଶ୍ମୀରରେ ୨୪ଘଣ୍ଟା ମଧ୍ୟରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ମୁକାବିଲା । ଏହାପୂର୍ବରୁ ଶୁକ୍ରବାର ଦିନ ଶୋପିଆଁ ଜିଲାର କିଲୋରା ଅଞ୍ଚଳରେ ଏକ ଏନକାଉଣ୍ଟର ବେଳେ ସୁରକ୍ଷା ବାହିନୀ ଏବଂ ଜମ୍ମୁ-କଶ୍ମୀର ପୁଲିସ ମିଳିତ ଭାବରେ ୪ଜଣ ଆତଙ୍କବାଦୀଙ୍କୁ ନିହତ କରିଥିଲେ। ଏହା ସହ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଥବା ଜଣାପଡିଥିଲା ।

Leave A Reply

Your email address will not be published.

15 + 18 =

error: Content is protected !!
Open chat