ଜିଲ୍ଲାପାଳଙ୍କ କ୍ଷମତା ବ୍ୟବହାର କଲେ ଗୋବିନ୍ଦପୁର ସରପଞ୍ଚ, ପଂଚାୟତକୁ ୭୨ ଘଣ୍ଟା ପାଇଁ ସଟଡାଉନ ଘୋଷଣା କଲେ

0 288
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭଦ୍ରକ ୨୫/୦୭ : ସରପଞ୍ଚ ଵ୍ୟଵହାର କଲେ ଜିଲ୍ଲାପାଳଙ୍କ କ୍ଷମତା । ସଂକ୍ରମଣରୁ ନିଜ ଅଞ୍ଚଳ ବାସିନ୍ଦାଙ୍କୁ ରକ୍ଷା କରିବା ପାଇଁ ନିଜ ପଞ୍ଚାୟତକୁ ୭୨ ଘଣ୍ଟା ପାଇଁ ସଟଡାଉନ ଘୋଷଣା କଲେ ।

ଶୁକ୍ରବାର ରାତି ୮ ରୁ ଆସନ୍ତା ସୋମବାର ରାତି ୮ ଘଟିକା ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲା ଗୋବିନ୍ଦପୁର ପଂଚାୟତ କୁ ସଟଡାଉନ ଘୋଷଣା କଲେ ।ପଞ୍ଚାୟତ ରେ ଜଣେ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି ।

ସେହି ଵ୍ୟକ୍ତି ଜଣଙ୍କ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଉଛି । ତେଣୁ ଏହା ଦ୍ବାରା ଅଧିକ ସଂକ୍ରମଣ ଆଶଙ୍କା କରି ସରପଞ୍ଚ ଜିଲ୍ଲାପାଳଙ୍କ କ୍ଷମତା ବ୍ୟବହାର କରି ଗୋବିନ୍ଦପୁର ପଞ୍ଚାୟତ କୁ ୭୨ ଘଣ୍ଟା ପାଇଁ ସଂପୂର୍ଣ୍ଣ ସଟଡାଉନ ଘୋଷଣା କରିଛନ୍ତି ।

Leave A Reply

Your email address will not be published.

7 + 9 =

error: Content is protected !!
Open chat