ଜୁନ ୨୯, ଆଜି ହେଉଛି ଜାତୀୟ ପରିସଂଖ୍ୟାନ ଦିବସ : ଭାରତର ବିକାଶରେ ପରିସଂଖ୍ୟାନର ଭୂମିକା ଉଲ୍ଲେଖନୀୟ

0 168
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ, ୨୯/୦୬ : ପରିସଂଖ୍ୟାନ କ୍ଷେତ୍ରରେ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହାଲନୋବିସଙ୍କ ମହତ୍ତ୍ୱପୂର୍ଣ୍ଣ ଯୋଗଦାନକୁ ଏହି ଦିବସରେ ସ୍ମରଣ କରାଯାଇଥାଏ। ପଦ୍ମବିଭୂଷଣ ମହାଲନୋବିସଙ୍କୁ ଭାରତୀୟ ପରିସଂଖ୍ୟାନର ପିତା କୁହାଯାଏ। ପ୍ରତିବର୍ଷ ଜୁନ୍‌ ୨୯ରେ ଜାତୀୟ ପରିସଂଖ୍ୟାନ ଦିବସ ପାଳନ କରାଯାଏ। ମହାଲନୋବିସ, ୨୯ ଜୁନ, ୧୮୯୩ ରେ ପଶ୍ଚିମବଙ୍ଗରେ ଜନ୍ମ ହୋଇଥିଲେ। ଏଣୁ ଏହି ଦିନଟିକୁ ଜାତୀୟ ପରିସଂଖ୍ୟାନ ଦିବସ ଭାବେ ପାଳନ କରାଯିବା ଲାଗି ସ୍ଥିର କରାଯାଇ ୨୦୦୭ରେ ପ୍ରଥମେ ଏହା ପାଳନ କରାଯାଇଥିଲା।


ବିଭିନ୍ନ ଅର୍ଥନୈତିକ ଓ ସାମାଜିକ ଯୋଜନା ମାଧ୍ୟମରେ ଦେଶର ବିକାଶକୁ ତ୍ୱରାନ୍ବିତ କରାଯାଉଛି। ଏଥିରେ ପରିସଂଖ୍ୟାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମହାଲନୋବିସ ହୃଦୟଙ୍ଗମ କରିଥିଲେ ଯେ, ସବୁ କ୍ଷେତ୍ରରେ ପରିସଂଖ୍ୟାନର ଉପଯୋଗ ଆର୍ଥିକ ଓ ସାମାଜିକ ବିକାଶକୁ ଆଗେଇ ନେବ। ଯାହାଫଳରେ ସେ ଇଣ୍ଡିଆନ୍‌ ଷ୍ଟାଟିଷ୍ଟିକ୍ସ ଇନ୍‌ଷ୍ଟିଚ୍ୟୁଟ ବା ଭାରତୀୟ ପରିସଂଖ୍ୟାନ ସଂସ୍ଥା (ଆଇଏସ୍‌ଆଇ) ପ୍ରତିଷ୍ଠା କରିଥିଲେ। ତା’ପରେ ପରିସଂଖ୍ୟାନଗତ ବିକାଶ ହିଁ ଦେଶକୁ ବିକାଶ ପଥରେ ଆଗେଇ ନେବାରେ ପ୍ରମୁଖ ଭୂମିକା ନେଇଆସୁଛିି ବୋଲି କୁହାଯାଇପାରେ। ଏଣୁ ଜାତୀୟ ପରିସଂଖ୍ୟାନ ଦିବସରେ ଯୋଜନା, ବିକାଶ ତଥା ଦୈନନ୍ଦିନ ଜୀବନରେ ପରିସଂଖ୍ୟାନର ଗୁରୁତ୍ୱ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଇଥାଏ। ମିନିଷ୍ଟ୍ରି ଅଫ୍‌ ଷ୍ଟାଟିଷ୍ଟିକ୍ସ ଆଣ୍ଡ୍‌ ପ୍ରୋଗ୍ରାମ ଇମ୍ପ୍ଲିମେଣ୍ଟେଶନ (ଏମ୍‌ଓଏସ୍‌ପିଆଇ) ଦ୍ୱାରା ସାରା ଦେଶରେ ଏହି ଦିବସ ପାଳନ କରାଯାଏ।

ଏହିି ଅବସରରେ ଜାତୀୟ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ, ଆଲୋଚନାଚକ୍ର ଓ ପ୍ରତିଯୋଗିତାମାନ ଆୟୋଜିତ ହୋଇଥାଏ। ପରିସଂଖ୍ୟାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଯୋଗ୍ୟ ବ୍ୟକ୍ତିଙ୍କୁ ୨୦୧୯ରେ ଏହି ଦିବସରେ ପ୍ରଥମେ ପ୍ରଫେସର ପି.ସି. ମହାଲନୋବିସ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ଚଳିତ ବର୍ଷ କୋଭିଡ୍‌-୧୯ ମହାମାରୀ ଯୋଗୁ ଭର୍ଚୁଆଲି ପାଳନ କରଯିବା ଲାଗି ସ୍ଥିର କରାଯାଇଥିବା ଜାତୀୟ ପରିସଂଖ୍ୟାନ ଦିବସରେ ଉକ୍ତ ପୁରସ୍କାର ପ୍ରଦାନ କରାଯିବ। ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ସ୍ଲୋଗାନ୍‌ ନେଇ ଏହି ଦିବସ ପାଳନ କରାଯାଇ ଆସୁଅଛି।

Leave A Reply

Your email address will not be published.

nineteen + 11 =

error: Content is protected !!
Open chat