ଜୁଲାଇ ୧୩ ଆରମ୍ଭ ହେବ ଅନଲାଇନ କ୍ଲାସ : ଉଚ୍ଚଶିକ୍ଷା ବିଭାଗ

0 202
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର : ୟୁଜି ଏବଂ ପିଜି ପିଲାଙ୍କ ପାଇଁ ଆରମ୍ଭ ହେବ ଅନଲାଇନ କ୍ଲାସ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ଗାଇଡଲାଇନ ଜାରି କରାଯାଇଛି। ଡିଗ୍ରୀ କଲେଜ ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ସଚିବଙ୍କ ପକ୍ଷରୁ ଏ ନେଇ ଗାଇଡଲାଇନ ଜାରି ହୋଇଛି। ସେହିପରି ଜୁଲାଇ ୧୩ରୁ ଅନଲାଇନ କ୍ଲାସ ଆରମ୍ଭ ପାଇଁ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ହ୍ବାଟଆପରେ ପିଲାଙ୍କ ଗ୍ରୁପ ହେବ, ସେଥିରେ ସର୍ବଧିକ ୩୨ ପିଲା ରହିବେ। ଘରେ ପଢିବାକୁ ହ୍ବାଟଆପରେ/ମେଲରେ ନୋଟିସ ଦେବେ ଶିକ୍ଷକ।

କୋଭିଡ କଟକଣା ଯୋଗୁଁ ଅଗଷ୍ଟ ୩୧ ଯାଏଁ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ । ଫଳରେ ରାଜ୍ୟର ସମସ୍ତ ଡିଗ୍ରୀ କଲେଜର ଛାତ୍ରଛାତ୍ରୀ ନିୟମିତ କ୍ଲାସରୁମ୍ ପାଠପଢା ହେବନି । ଏପରିକି ହଷ୍ଟେଲ ବି ଖୋଲିବ ନାହିଁ । ସରକାରଙ୍କର ଏହି ନିଷ୍ପତି ମଧ୍ୟରେ ଉଚ୍ଚ ଶିକ୍ଷା ବିଭାଗ ଏକ ବିକଳ୍ପ ବାଟ ବାହାର କରିଛି । ରାଜ୍ୟର ସମସ୍ତ ଡିଗ୍ରୀ କଲେଜରେ ଆସନ୍ତା ୧୩ ତାରିଖଠାରୁ ଅନ୍ଲାଇନ୍ ପାଠପଢା ଆରମ୍ଭ ହେବ । ଏନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ରୂପରେଖ ଘୋଷଣା କରାଯାଇଛି । ଗାଇଡ୍ ଲାଇନ୍ ଅନୁସାରେ, ଅତିବେଶୀରେ ୩୨ ଜଣ ଲେଖାଏଁ ପିଲାଙ୍କୁ ନେଇ ହ୍ୱାଟସଆପ୍ ଓ ଇ-ମେଲରେ ଗ୍ରୁପ ଗଠନ ହେବ । ଅଧ୍ୟାପକମାନେ ନୋଟ୍ର ସଫ୍ଟ କପି, ରେଫରେନ୍ସ ବହି, ପିପି ପ୍ରେଜେଂଟେସନ ଆଦି ଏହି ଆପ୍ ବା ଇ-ମେଲ୍ ଜରିଆରେ ପିଲାଙ୍କ ପାଖକୁ ପଠାଇବେ ।

ଏହା ସହ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟ ୱେବ୍ସାଇଟ୍ରେ ଥିବା ଡିଜିଟାଲ ପାଠ୍ୟକ୍ରମକୁ ଛାତ୍ରଛାତ୍ରୀଙ୍କୁ ପଠାଇ ପାରିବେ । ଅଧ୍ୟାପକମାନେ ସପ୍ତାହକୁ ୩ ଦିନ ଅନ୍ଲାଇନ୍ କ୍ଲାସ କରିବେ । ପ୍ରତିକ୍ଲାସ ୨ରୁ ୩ ଘଂଟା ମଧ୍ୟରେ ହେବ । ଗୁଗୁଲ ମିଟ୍, ଜୁମ୍ , ସ୍କାଏପି ଓ ଅନ୍ୟ ଜିଡିଟାଲ ପ୍ଲାଟଫର୍ମକୁ ବ୍ୟବାହ କରି ଅନ୍ଲାଇନ୍ କ୍ଲାସ କରାଯାଇ ପାରିବ । କଲେଜ କ୍ୟାମ୍ପସରୁ ଏହି ଡିଜିଟାଲ କ୍ଲାସ ନିଆଯିବ । ଏହି ସମୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ମଧ୍ୟ ନିଆଯିବ । ଅନଲାଇନକ୍ଲାସ ପାଇଁ ପ୍ରତି ବିଭାଗ ନିଜ ଟାଇମ୍ ଟେବୁଲ ପ୍ରସ୍ତୁତ କରି ଅଧ୍ୟକ୍ଷଙ୍କୁ ପ୍ରଦାନ କରିବେ । ଏହାର ଆଧାରରେ କଲେଜର ଏକ ମାଷ୍ଟର ଟାଇମ୍ ଟେବୁଲ ପ୍ରସ୍ତୁତ ହେବ ।

ଦିନକୁ ୨ ରୁ ୩ ଘଣ୍ଟା କ୍ଲାସ, ସପ୍ତାହକୁ ୩ ଦିନ ପାଠ ପଢା ହେବ। ଗୁଗୁଲ ମିଟ/ଜୁମ/ସ୍କାଇପ ଜରିଆରେ ଅନଲାଇନ କ୍ଲାସ ହେବ। ଅନଲାଇନ କ୍ଲାସ କରୁଥିବା ପିଲାଙ୍କ ଉପସ୍ଥାନ ସମ୍ପୃକ୍ତ ଶିକ୍ଷକ ନେବେ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.

twenty − eleven =

error: Content is protected !!
Open chat