![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
![](https://i0.wp.com/kalingajyoti.com/wp-content/uploads/2020/07/5u3u8.jpg?resize=415%2C290)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୬/୦୭: ତାରିଖ ପର୍ଯ୍ୟନ୍ତ ଜେଲ ଗଲେ ବୀରମିତ୍ରପୁରର ବହିଷ୍କୃତ ଆଇଆଇସି ଆନନ୍ଦ ମାଝୀ । ରିମାଣ୍ଡ ପରେ ଆଜି ଆନନ୍ଦଙ୍କୁ କୋର୍ଟରେ କ୍ରାଇମବ୍ରାଂଚ ହାଜର କରିଥିଲା । ପୋକ୍ସୋ କୋର୍ଟଙ୍କ ନିର୍ଦ୍ଦେଶରେ ବିଚାର ବିଭାଗୀୟ ହାଜତକୁ ଆନନ୍ଦ ମାଝୀ ଯାଇଛନ୍ତି ।
![](https://kalingajyoti.com/wp-content/uploads/2020/07/7677.jpg)
ତେବେ ଏଠାରେ ସୂଚନାଯୋଗ୍ୟ ଯେ, ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ଆନନ୍ଦଙ୍କୁ ଗିରଫ କରିଥିଲା ପୋଲିସ । ୨ ସାକ୍ଷୀଙ୍କ ୧୬୪ ବୟାନ ରେକର୍ଡ ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ତେବେ ସେତେବେଳେ ଏହି ଖବର ସାମ୍ନାକୁ ଆସିବା ପରେ ଆନନ୍ଦଙ୍କ ଗିରଫ ଦାବି ହୋଇଥିଲା । ପୀଡିତାଙ୍କୁ ଉଚିତ ନ୍ୟାୟ ମିଳୁ ବୋଲି ସବୁ ମହଲରୁ ଦାବି ହୋଇଥିଲା ।