ଭାରତ – ଚୀନ ସୀମା ବିବାଦ : ଗଲୱାନ ଘାଟିରେ ୧ କି.ମି. ପଛକୁ ହଟିଲେ ଚୀନ ସୈନ୍ୟ

0 371
greentech

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୬/୦୭ : ଗତ ଜୁନ ୧୫ ତାରିଖରେ ଗଲୱାନ ଘାଟିର ଯେଉଁ ସ୍ଥାନରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା, ସେହି ସ୍ଥାନଠାରୁ ୧ କି.ମି. ପଛକୁ ହଟିଛନ୍ତି ଚୀନ ସୈନ୍ୟ। ଉଭୟ ଦେଶ ମଧ୍ୟରେ ସେନା କମାଣ୍ଡର ସ୍ତରୀୟ ବୈଠକରେ ବାରମ୍ବାର ଦୁଇଦେଶ ସୈନ୍ୟଙ୍କୁ ପଛକୁ ହଟାଇବା ସହିତ ପୂର୍ବ ସ୍ଥିତିକୁ ଫେରିବାକୁ ଆଲୋଚନା ହେବା ପରେ ଚୀନ ପଛକୁ ହଟିଥିବା କୁହାଯାଉଛି। ସୂଚନାଯୋଗ୍ୟ, ଗତ ଜୁନ୍‌ ୧୫ ତାରିଖରେ ଗଲୱାନ ଘାଟିରେ ଭାରତ ଏବଂ ଚୀନ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ଭାରତର ୨୦ ଯବାନ ସହିଦ ହୋଇଥିବାବେଳେ ଚୀନର ପ୍ରାୟ ୩୫ ସୈନ୍ୟ ନିହତ ହୋଇଥିବା ଜଣାପଡ଼ିଥିଲା।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଥିବାବେଳେଦୁଇ ଦେଶର ସେନା ରିଲୋକେଶନ ଅର୍ଥାତ ପୂର୍ବରୁ ଯେଉଁ ସ୍ଥାନରେ ଥିଲେ ସେହି ସ୍ଥାନକୁ ଫେରିଯିବା ପାଇଁ ସହମତି ପ୍ରକାଶ କରିଛନ୍ତି। ଏହା ପରେ ଉଭୟ ଦେଶର ସୈନ୍ୟ ବର୍ତ୍ତମାନର ସ୍ଥାନରୁ ପଛକୁ ହଟିଛନ୍ତି। ପୁନର୍ବାର ଯେପରି କୌଣସି ହିଂସା ନ ଘଟିବ ସେଥିଲାଗି ଗଲୱାନ ଘାଟି ନିକଟରେ ଏବେ ବଫର ଜୋନ୍‌ ପ୍ରସ୍ତୁତ ହୋଇଛି।

Leave A Reply

Your email address will not be published.

two × one =

error: Content is protected !!
Open chat