ଝଡ ସୃଷ୍ଟି କଲାଣି ବୈଜୟନ୍ତଙ୍କ ଟୁଇଟ : ଶାହରୁଖ ଓ ‘ପାକିସ୍ତାନୀ ଏଜେଣ୍ଟ’ର ଭାଇରାଲ ଫଟୋକୁ ନେଇ ଟ୍ୱିଟରରେ ଚର୍ଚ୍ଚା

0 301
greentech

ନୂଆଦିଲ୍ଲୀ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୪/୦୭ : ବଲିଉଡର କିଛି ବ୍ୟକ୍ତି ପାକିସ୍ତାନ ଆର୍ମିର ଏଜେଣ୍ଟ ସହିତ ସମ୍ପର୍କରେ ରହିଛନ୍ତି। ପାକିସ୍ତାନ ସେନା, ଆଇଏସଆଇ ସମେତ ଜମ୍ମୁ କଶ୍ମୀରରେ ହିଂସାକୁ ଉସକାଉଥିବା ଅନେକ ବ୍ୟକ୍ତିଙ୍କ ସହିତ ବଲିଉଡର କେତେକ ବ୍ୟକ୍ତିତ୍ୱଙ୍କର ସହିତ ବ୍ୟବସାୟିକ ଓ ବ୍ୟକ୍ତିଗତ ସଂପର୍କ ରହିଛି। ଟୁଇଟରରେ ବିଭିନ୍ନ ଥ୍ରେଡ ପଢ଼ିବା ପରେ ଏଭଳି ଜାଣି ବୈଜୟନ୍ତ ଆଶ୍ଚର୍ଯ୍ୟ ପ୍ରକାଶ କରି ବୁଧବାର ଟୁଇଟ କରିଥିଲେ। ଏବେ ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ଆରମ୍ଭ ହୋଇଛି ତର୍କ। ଏମିତିକି ଅନେକ ବି-ଟାଉନ କଳାକାରଙ୍କର ପାକିସ୍ତାନୀ ଏଜେଣ୍ଟଙ୍କ ସହିତ ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

କାଲିଫର୍ଣିଆର କଶ୍ମୀରୀ ବିଚ୍ଛିନ୍ନତାବାଦୀ ଟନି ଆଶାଇଙ୍କ ସହ ବଲିଉଡର କିଙ୍ଗ ଖାନ ଏବଂ ତାଙ୍କ ପତ୍ନୀ ଗୌରୀ ଖାନଙ୍କ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋର ସତ୍ୟତାକୁ ନେଇ କିଛି ଜଣାପଡ଼ି ନାହିଁ। କଶ୍ମୀରର ଯୁବକମାନଙ୍କ ପ୍ରବର୍ତ୍ତାଇ ହିଂସା ବ୍ୟାପିବା ପଛରେ ଆଶାଇଙ୍କର ଭୂମିକା ରହିଥିବା ପୂର୍ବରୁ ଜଣାପଡ଼ିଛି। ଅଲ ଇସ୍କନ୍ଦର ନାମକ ବ୍ୟକ୍ତି ଟୁଇଟ କରି କହିଛନ୍ତି, ଟନି ଆଶାଇର ଛଦ୍ମନାମ ହେଉଛି ଅଜିଜ ଆଶାଇ। ସେ ଆଇଏସଆଇ ପ୍ରାୟୋଜିତ ଆତଙ୍କବାଦୀ ସଂଗଠନ ଜମ୍ମୁ କଶ୍ମୀର ଲିବରେସନ ଫ୍ରଣ୍ଟ (JKLF) ର ସଦସ୍ୟ। କଶ୍ମୀରୀ ଯୁବକଙ୍କୁ ଭାରତ ବିରୋଧରେ ହିଂସା କରିବା ପଛରେ ତାଙ୍କର ଭୂମିକା ରହିଛି। ଅଲ ଇସ୍କନ୍ଦରଙ୍କ ସୂଚନା ଅନୁଯାୟୀ ଟନି ଆଶାଇ ଶାହରୁଖ ଖାନଙ୍କ ‘ଦୁବାଇ ବିଲଡିଂ ଏବଂ ଲସ ଏଞ୍ଜେଲସ ଆପାର୍ଟମେଣ୍ଟ’ର ଡିଜାଇନର।

କଶ୍ମୀରର ଆଉ ଜଣେ ନାଗରିକ ଦାବି କରିଛନ୍ତି ଯେ ବଫାଲୋ ୟୁନିଭରସିଟି (ୟୁଏସଏ)ରେ ଟନି ଆଶାଇଙ୍କ ଅଧ୍ୟୟନର ସମସ୍ତ ଖର୍ଚ୍ଚ JKLF ବହନ କରିଛି। ସେ ଇଟାଲୀରେ JKLF ର ଏକ ବୈଠକ ମଧ୍ୟ କରିଥିଲେ। ଇସ୍କନ୍ଦର ଅଭିଯୋଗ କରିଛନ୍ତି ଯେ ବ୍ୟବସାୟ ଚଳାଇବା ପାଇଁ JKLF ଆଶାଇଙ୍କୁ ମଧ୍ୟ ଟଙ୍କା ଦେଇଛି। ଏପରିକି ସେ ଅଭିଯୋଗ କରିଛନ୍ତି ଯେ ଆଶାଇଙ୍କ ପୁଅ ବିଲାଲ ଆଶାଇ ଏମଏସଏ ନାମକ ଏକ ସଂଗଠନର ସଦସ୍ୟ, ଯାହାର କୁଖ୍ୟାତ ଆତଙ୍କବାଦୀ ସଂଗଠନ ମୁସଲିମ ବ୍ରଦର୍ଡ ସହିତ ଲିଙ୍କ୍ ରହିଛି। ଇସ୍କନ୍ଦର ଅଭିଯୋଗ କରିଛନ୍ତି ଯେ ଆଶାଇ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇର ଦରମାରେ ନିଯୁକ୍ତ।

ଖାଲି ଶାହରୁଖ ଖାନ ନୁହଁ ଅନୀଲ କପୁର, କରଣ ଜୋହର, ସୋନମ କପୁରଙ୍କ ସହିତ ଟନି ଆଶାଇଙ୍କର ଫଟୋ ଏବେ ଭାଇରାଲ ହୋଇଛି। ଏହି ବଲିଉଡ କଳାକାର ବ୍ରିଟେନରେ ଭାରତ ବିରୋଧୀ ନାରା ଦେଉଥିବା ଅନୀଲ ମସରର୍ତଙ୍କ ସହିତ ମଧ୍ୟ ସମ୍ପର୍କ ରହିଥିବା ଦାବି ହୋଇଛି। ଯାବାର ଫଟୋ ଜାତୀୟ ଗଣମାଧ୍ୟମରେ ଭାଇରାଲ ହୋଇଛି। ଅନୀଲ ମସରର୍ତ ହେଉଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ତହରିକ-ଏ-ଇନସାଫଙ୍କ ଦଳ ପାଇଁ ବ୍ରିଟେନରେ ପାଣ୍ଠି ଯୋଗାଡ଼ କରିଥିଲା। ଅନୀଲ ପାକିସ୍ତାନ ସେନାର ପ୍ରମୁଖ କମର ବାଜଓ୍ୱା ଏବଂ ପାକ ସେନାର ପୂର୍ବତନ ମୁଖପାତ୍ର ଆସିଫ ଗଫୁରଙ୍କ ନିକଟତମ ବ୍ୟକ୍ତି ବୋଲି ଜଣାପଡ଼ିଛି।

Leave A Reply

Your email address will not be published.

fifteen − 6 =

error: Content is protected !!
Open chat