ଟିକାର ବୁଷ୍ଟର ଡୋଜ୍ ଦିଆଯିବା ଉପରେ ଏବେ କୌଣସି ବିଚାର କରାଯାଉନାହିଁ : ଆଇସିଏମଆର ମହାନିର୍ଦ୍ଦେଶକ

0 378
greentech

ନୂଆଦିଲ୍ଲୀ ୧୬/୦୯/୨୦୨୧ କଳିଙ୍ଗ ଜ୍ୟୋତି : ବୁଷ୍ଟର ଡୋଜ ଉପରେ ଏବେ କୌଣସି ବିଚାର କରାଯାଉନାହିଁ ଓ ଲୋକମାନଙ୍କୁ କରୋନା ଟିକାର ଉଭୟ ମାତ୍ରା ଦେବା ଉପରେ ପ୍ରାଥମିକତା ଦିଆଯାଉଛି ବୋଲି ଆଇସିଏମଆର ମହାନିର୍ଦ୍ଦେଶକ ଡ. ବଳରାମ ଭାର୍ଗବ କହିଛନ୍ତି ।

ସ୍ବାସ୍ଥ୍ୟ ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ବୁଷ୍ଟ ଡୋଜ୍ କଥା ଏବେ ଉଭୟ ବୈଜ୍ଞାନିକ ଓ ଜନସ୍ବାସ୍ଥ୍ୟ କ୍ଷେତ୍ରରେ ଚର୍ଚ୍ଚାର ପରିଧିକୁ ଆସିନାହିଁ । ଏବେ କେବଳ ଦୁଇଟି ଡୋଜ୍ ଟିକା ଦେବା ଉପରେ ଗୁରୁତ୍ବ ଦିଆଯାଉଛି ।
କିଛି ଦିନ ତଳେ ଆଇସିଏମଆର ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଥିଲା ଯେ ଉଭୟ କୋଭିସିଲଡ୍ ଓ କୋଭାକ୍ସିନ ନେବାର ତିନିରୁ ଚାରି ମାସ ପରେ ଲୋକମାନଙ୍କ ଶରୀରରୁ ପ୍ରତିରୋଧକ ଶକ୍ତି ବା ଆଣ୍ଟିବଡ଼ି ହ୍ରାସ ପାଉଛି । ଏହା ପରେ ବୁଷ୍ଟର ଡୋଜର ଆବଶ୍ୟକତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଶ୍ରୀ ଭାର୍ଗବ କହିଛନ୍ତି ଯେ, କେରଳ ସମେତ ଦେଶର ବିଭିନ୍ନ ରାଜ୍ୟରେ ସଂକ୍ରମଣ କମିବାରେ ଲାଗିଛି । ତେବେ ଆଗକୁ ପାର୍ବଣ ଋତୁ ଥିବାରୁ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଲୋକମାନେ ଟିକା ନେବା ସହ ସତର୍କ ରହି ପର୍ବପର୍ବାଣୀ ପାଳନ କରନ୍ତୁ । ଏହା ସହିତ ଅତି ଆବଶ୍ୟକ ପଡ଼ିଲେ ହିଁ ଯାତ୍ରା କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.

nineteen − 7 =

error: Content is protected !!
Open chat