ଟ୍ୟାଙ୍କ ନିରୋଧୀ କ୍ଷେପଣାସ୍ତ୍ର ‘ଧ୍ରୁବାସ୍ତ୍ର’ର ସଫଳ ପରୀକ୍ଷଣ

0 363
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ବାଲେଶ୍ୱର ୨୩/୦୭: ବାଲେଶ୍ୱର ଜିଲା ଚାନ୍ଦିପୁର ସ୍ଥିତ ଆଇଟିଆର୍‌ ପରିସରରେ ଟ୍ୟାଙ୍କ ନିରୋଧୀ କ୍ଷେପଣାସ୍ତ୍ର ‘ଧ୍ରୁବାସ୍ତ୍ର’ର ସଫଳ ପରୀକ୍ଷଣ ହୋଇଛି। ଭାରତୀୟ ସେନାର ଧ୍ରୁବ ହେଲିକପ୍ଟର ସହିତ ଏହି କ୍ଷେପଣାସ୍ତ୍ର ବ୍ୟବହାର କରାଯିବ। ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମରେ ଏହି କ୍ଷେପଣାସ୍ତ୍ରକୁ ଭାରତରେ ପ୍ରସ୍ତୁତ କରାଯାଇଛି।

ଏହା ୪ କି.ମି. ଦୂରତା ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ଶତ୍ରୁ ପକ୍ଷର ଯେକୌଣସି ଟ୍ୟାଙ୍କକୁ ଏହା ନିମିଷକ ମଧ୍ୟରେ ଧ୍ୱଂସ କରିବାର କ୍ଷମତା ରଖିଛି। ସୂଚନାଯୋଗ୍ୟ ଯେ, ହେଲିକପ୍ଟରରୁ ଲଞ୍ଚ୍‌ କରାଯାଇପାରୁଥିବା ‘ନାଗ’କ୍ଷେପଣାସ୍ତ୍ର (ହେଲିନା)କୁ ଏବେ ‘ଧ୍ରୁବାସ୍ତ୍ର’ ଆଣ୍ଟି ଟ୍ୟାଙ୍କ କ୍ଷେପଣାସ୍ତ୍ର ନାମରେ ନାମିତ କରାଯାଇଛି। ବିନା ହେଲିକପ୍ଟରରେ ଆଇଟିଆର୍‌ ପରିସରରେ ଥିବା ଲଞ୍ଚ ପ୍ୟାଡ୍‌ରୁ ସମୁଦ୍ର ଗର୍ଭକୁ ଗତ ୧୫ ଓ ୧୬ ତାରିଖରେ ଏହାର ପରୀକ୍ଷଣ ହୋଇଥିଲା। ଏହାର ଭିଡ଼ିଓ ବୁଧବାର ଶେୟାର ହୋଇଥିବା ସୂଚନା ମିଳିଛି।

Leave A Reply

Your email address will not be published.

3 × four =

error: Content is protected !!
Open chat