ଡିଏମ୍‌କେ ନେତା ଏ. ରାଜାଙ୍କର ହୃଦଘାତରେ ନିଧନ

0 472
greentech

ଚେନ୍ନାଇ ୦୨/୧୦/୨୦୨୧ କଳିଙ୍ଗ ଜ୍ୟୋତି : ଡିଏମ୍‌କେର ନେତା ତଥା ତାମିଲନାଡୁର ପୂର୍ବତନ ବିଧାୟକ ବୀରପଣ୍ଡି ଏ ରାଜାଙ୍କର ୫୮ ବର୍ଷ ବୟସରେ ହୃଦଘାତରେ ପରଲୋକ ଘଟିଛି । ସେ ଡିଏମ୍‌କେର ଲୋକପ୍ରିୟ ତଥା ଟାଣୁଆ ନେତା ଭି ଅରୁମୁଗମ୍‌ଙ୍କ ପୁଅ । ତାମିଲନାଡୁ ସଲିମ୍‌ ଜିଲ୍ଲାରେ ସେ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ । ତାଙ୍କର ଜନ୍ମ ଦିନ ଥିବା ବେଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତିକରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତାଙ୍କର ମୃତ୍ୟୁରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ଙ୍କ ସହ ଅନ୍ୟ ରାଜନୈତିକ ଦଳର ନେତାମାନେ ଶୋକ ପ୍ରକାଶ କରିଛନ୍ତି । ଶନିବାର ସକାଳେ ଏ ରାଜା ତାଙ୍କ ଘରେ ଜନ୍ମଦିନ ଉତ୍ସବ ପାଳନ ପାଇଁ ପ୍ରସ୍ତୁତ ହେଉଥିଲା । ଏହି ସମୟରେ ଛାତିର ଯନ୍ତ୍ରଣା ସହ ହୃଦଘାତ ହୋଇଥିବା କଥା ପରିବାର ଲୋକ କହିଛନ୍ତି । ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲେ । ସେଠାରେ ଡାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.

5 × 1 =

error: Content is protected !!
Open chat