ନୂଆଦିଲ୍ଲୀ ୧।୧୨ : ଆଜି ଅର୍ଥାତ୍ ଡିସେମ୍ବରରୁ ସାରା ଦେଶରେ କରୋନାଣ ନୂଆ ଗାଇଡଲାଇନ୍ ଲାଗୁ କରିଦିଆଯାଇଛି। ନୂଆ ଗାଇଡ଼ଲାଇନ ଆଧାରରେ କିଛି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ, ଯେଉଁଠାରେ କରୋନା ମାମଲା ବଢ଼ିବାରେ ଲାଗିଛି, ସେଠାରେ ନାଇଟ୍ କର୍ଫ୍ୟୁ ଭଳି ପ୍ରତିବନ୍ଧକ ଲଗାଯାଇପାରେ। ଗୃହ ମନ୍ତ୍ରାଳୟ ଡିସେମ୍ବର ୧ ପାଇଁ ‘ମନିଟରିଂ, ‘ପ୍ରତିରୋଧ‘ ଏବଂ ‘ସତର୍କତା’ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।
ଗୃହ ମନ୍ତ୍ରଣାଳୟଙ୍କ କହିବାନୁସାରେ, ସମସ୍ତ ସଂକ୍ରମିତ ଲୋକଙ୍କର ଏକ ତାଲିକା ପ୍ରସ୍ତୁତ କରାଯିବ ଏବଂ ସେମାନଙ୍କ ଯିଏ ଆସିବ ସେମାନଙ୍କୁ କ୍ବାରେଣ୍ଟାଇନ୍ରେ ରଖାଯିବ। ସଂକ୍ରମଣ ମାମଲାରେ ୧୪ ଦିନ ପର୍ଯ୍ୟନ୍ତ ନଜର ରଖିବାକୁ ପଡିବ ଏବଂ ରୋଗୀର ସଂସ୍ପର୍ଶରେ ଆସୁଥିବା ୮୦ ପ୍ରତିଶତ ଲୋକଙ୍କର ୭୨ ଘଣ୍ଟା ମଧ୍ୟରେ ଚିହ୍ନଟ କରାଯିବ।
କେନ୍ଦ୍ର ସରକାର ଲାଗୁ କରିଥିବା କରୋନାର ନୂଆ ଗାଇଡଲାଇନ୍ :
କରୋନା ରୋଗୀଙ୍କୁ ସର୍ତ୍ତ ପୂରା କରିବା ପରେ ତୁରନ୍ତ ଘରେ ଆଇସୋଲେଟ୍ ଏବଂ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯିବ। କୋଭିଡ଼-୧୯ ସମ୍ବନ୍ଧରେ ଉପଯୁକ୍ତ ବ୍ୟବହାରକୁ ନେଇ ମଧ୍ୟ ଲୋକଙ୍କୁ ସଚେତନ କରାଯିବା ଉଚିତ୍ । ଜନଗହଳି ପୂର୍ଣ୍ଣ ସ୍ଥାନ, ବଜାର, ହାଟ ଏବଂ ଜନସାଧାରଣ ପରିବହନରେ ସାମାଜିକ ଦୂରତା ମାନିବାକୁ ପଡିବ ।
କେଉଁ କେଉଁ କାମ ପାଇଁ ମିଳିଛି ଅନୁମତି :
ନିଷିଦ୍ଧ ଅଞ୍ଚଳ ବାହାରେ କିଛି କାର୍ଯ୍ୟକଳାପ ସର୍ତ୍ତମୂଳକ ଅନୁମତି ବ୍ୟତୀତ ସମସ୍ତ କାର୍ଯ୍ୟକଳାପକୁ ଅନୁମତି ଦିଆଯାଇଛି । ସିନେମା ହଲ୍ ଏବଂ ପ୍ରେକ୍ଷାଳୟକୁ ୫୦ ପ୍ରତିଶତ ବସିବା କ୍ଷମତା ସହିତ ସଞ୍ଚାଳନ ଅନୁମତି ଦିଆଯାଇଛି । ସାମାଜିକ, କ୍ରୀଡା, ମନୋରଞ୍ଜନ, ଶିକ୍ଷାଗତ, ସାଂସ୍କୃତିକ ତଥା ଧାର୍ମିକ ସମାବେଶରେ ସର୍ବାଧିକ କ୍ଷମତା ୫୦ ପ୍ରତିଶତ ବିଶିଷ୍ଟ ଏକ ହଲରେ ୨୦୦ଜଣ ଲୋକଙ୍କୁ ଅନୁମତି ଦିଆଯାଇଛି। ପରିସ୍ଥିତି ଉପରେ ନିର୍ଭର କରି ରାଜ୍ୟ ସରକାର ବନ୍ଦ ସ୍ଥାନରେ ଲୋକଙ୍କ ସଂଖ୍ୟାକୁ ୧୦୦ ରେ ସୀମିତ ରଖିପାରନ୍ତି। ରାଜ୍ୟ ଭିତରେ କିମ୍ବା ବାହାରେ ଯାଆସ ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ।
କଣ୍ଟେନମେଣ୍ଟ ଜୋନରେ ଜାରି ରହିବ ପ୍ରତିବନ୍ଧକ :
କଣ୍ଟେନମେଣ୍ଟ ଜୋନରେ କେବଳ ଆବଶ୍ୟକୀୟ କାର୍ଯ୍ୟକଳାପକୁ ଅନୁମୋଦନ କରାଯିବ ଏବଂ ଏହାର ଆଭିମୁଖ୍ୟ ମଧ୍ୟରେ ଲୋକଙ୍କ ଗତିବିଧି ଉପରେ କଡା ପ୍ରତିବନ୍ଧକ ଲଗାଯିବ । କେବଳ ଜରୁରୀକାଳୀନ ଚିକିତ୍ସା ଆବଶ୍ୟକତା ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସେବା ଯୋଗାଣର ରକ୍ଷଣାବେକ୍ଷଣ ଅନୁମୋଦନ ହେବ । ସଂକ୍ରମିତ ଲୋକଙ୍କୁ ଖୋଜିବା ପାଇଁ ସ୍ୱାସ୍ଥ୍ୟ ଟିମ୍ ଘର ଘର ବୁଲି ସର୍ଭେ କରିବେ। ସଂକ୍ରମିତ ଲୋକଙ୍କୁ ତଦାରଖ କରାଯିବ ଏବଂ ସେମାନଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରାଯିବ।