![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ଭୁବନେଶ୍ବର: ଲଗାତର ଭାବେ ତୈଳ ଦର ବୃଦ୍ଧି ପାଉଥିବାରୁ ଆଜି ରାଜ୍ୟରେ ଘରୋଇ ବସ୍ ଭଡ଼ା ବୃଦ୍ଧି ପାଇଛି। ଅଟୋମେଟିକ ମେକାନିଜମ୍ ସିଷ୍ଟମ୍ ଅନୁସାରେ ଭଡ଼ା ବୃଦ୍ଧି ପାଇଛି। ଅର୍ଡିନାରି ବସ୍ ଭଡ଼ା କିଲୋମିଟର ପିଛା ୬୭ ପଇସାରୁ ୭୦ ପଇସା, ଏକ୍ସପ୍ରେସ୍ ବସ ଭଡ଼ା ୭୦ରୁ ୭୩ ପଇସା, ଡିଲକ୍ସ ବସ୍ ଭଡ଼ା ୯୫ ପଇସାରୁ ଏକ ଟଙ୍କା ୧ ପଇସା ଓ ଏସି ଡିଲକ୍ସ ୧ ଟଙ୍କା ୧୭ ପଇସାରୁ ୧ ଟଙ୍କା ୨୩ ପଇସାକୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ଘରୋଇ ବସ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ଶେଷଥର ପାଇଁ ମାର୍ଚ ୨୧ ତାରିଖରେ ବସ ଭଡ଼ା କମିଥିଲା। ସେତେବେଳେ ତୈଳ ଦର କମ୍ ହୋଇଥିଲା।