ତ୍ୟାଗ, ସଞ୍ଜମ ଓ ଶୃଙ୍ଖଳା – କୋଭିଡ଼ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ତିନି ମନ୍ତ୍ର

0 240
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୭/୦୭ : ରାଜ୍ୟବାସୀଙ୍କୁ କରୋନା ମୁକାବିଲା ନେଇ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନାରୁ ରକ୍ଷା ପାଇବା ପାଇଁ ଏପର୍ଯ୍ୟନ୍ତ ପ୍ରତିଷେଧକ ଟୀକା ମଧ୍ୟ ଆସିନାହିଁ । ତେଣୁ କରୋନା ଔଷଧ ଆସିବା ଯାଏଁ କୋଭିଡ଼ର ସମସ୍ତ ନିୟମ ପାଳନ କରିବାକୁ ହେବ ବୋଲି ସେ କହିଛନ୍ତି । କୋଭିଡ଼ ମୁକାବିଲା କରିବା ପାଇଁ ସେ ରାଜ୍ୟବାସୀଙ୍କୁ ତିନି ମନ୍ତ୍ର ଦେଇଛନ୍ତି । ତିନି ମନ୍ତ୍ର ହେଉଛି ତ୍ୟାଗ, ସଞ୍ଜମ ଓ ଶୃଙ୍ଖଳା । ଏହି ମନ୍ତ୍ର କୋଭିଡ଼ ଯୁଦ୍ଧରେ ଆମକୁ ବିଜୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥି ସହିତ ମାସ୍କ , ସାମାଜିକ ଦୂରତା ଓ ହାତ ବାରମ୍ବାର ଧୋଇବାକୁ ସେ ପରାମର୍ଶ ଦେଇଛନ୍ତି । ଗହଳି କରନ୍ତୁ ନାହିଁ କି ଗହଳି ସ୍ଥାନକୁ ଯାଆନ୍ତୁ ନାହିଁ । ଯୁବପିଢ଼ିଙ୍କୁ କୋଭିଡ଼ ନିୟମ ପାଳନ କରିବାକୁ ବିଶେଷ ଅନୁରୋଧ କରିଛନ୍ତି । ଥିରେ ହେଳା କରନ୍ତୁନି ବରଂ ସାବଧାନ ରୁହନ୍ତୁ ବୋଲି ସେ କହିଛନ୍ତି ।

ଏହାସହିିତ ଚଳିତବର୍ଷ ରଥଯାତ୍ରା ଇତିହାସ ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରଥଯାତ୍ରାର ସବୁ ନୀତି ବେଶ ସୁରୁଖୁରୁରେ ସରିଛି । ମହାପ୍ରଭୁଙ୍କ ଆର୍ଶୀବାଦରୁ ରଥଯାତ୍ରା କରିବାରେ ସଫଳ ହୋଇପାରିଛୁ । କୋଭିଡ଼ ନିୟମ ପାଳନ କରିବା ସହ ଶୃଙ୍ଖଳତାର ସହ ରଥଯାତ୍ରା କରି ବିଶ୍ୱ ପାଇଁ ଏକ ଉଦାହରଣ ସୃଷ୍ଟି କରିପାରିଛୁ । କୋଭିଡ଼ ନିୟମ ମାନି କିପରି କାର୍ଯ୍ୟ କରାଯାଏ ତାହା ପୁରୀ ବାସୀ ଉଦାହରଣ ସାଜିଛନ୍ତି ।

Leave A Reply

Your email address will not be published.

1 × four =

error: Content is protected !!
Open chat