ଭୁବନେଶ୍ୱର ୨୨/୦୮/୨୦୨୧ କଳିଙ୍ଗ ଜ୍ଯୋତି : ସହିଦନଗର ମହର୍ଷିନଗର ୱାର୍ଡ ନଂ ୩୦ରେ ଦିବ୍ୟାଙ୍ଗ ଶିଶୁଙ୍କ ନିମନ୍ତେ ଖୁବ୍ଶୀଘ୍ର ଖୋଲିବ ସେନ୍ସୋରି ପାର୍କ । ଅତ୍ୟାଧୁନିକ ଖେଳ ସାମଗ୍ରୀ ସାଙ୍ଗକୁ ଓପନ ଜିମ୍ର ଭରପୁର ମଜା ନେବେ ଦିବ୍ୟାଙ୍ଗ ଶିଶୁ । ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ ପ୍ରାୟ ୯୮ ଲକ୍ଷ ଟଙ୍କା ବ୍ୟୟରେ ଏହି ପାର୍କ ନିର୍ମିତ ହୋଇଛି । ଏଥିରେ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ଚଲାପଥ, ବାଲଟି ସୁଇମିଂ, ହୁଇଲ ଚେୟାର ଆଦି ରଖାଯାଇଛି । ଏହାସହ ସକାଳ ଏବଂ ସନ୍ଧ୍ୟା ଦୁଇ ଓଳା ପାର୍କ ଖୋଲିବ । ସେହିପରି ଉଦ୍ୟାନ୍କୁ ଆସୁଥିବା ଶିଶୁମାନଙ୍କୁ ସୁରକ୍ଷା ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ବିଏସ୍ସିଏଲ୍ର ସିଇଓ ତଥା ବିଏମ୍ସି କମିଶନର ସଂଜୟ କୁମାର ସିଂହ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ସ୍ମାର୍ଟ ସିଟି ପ୍ରତିଯୋଗିତା ପାଇଁ ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ ପ୍ରସ୍ତୁତ ଶିଶୁ ଅନୁକୂଳ ଏକ ପ୍ରକଳ୍ପ ସାରା ଦେଶରେ ଏକ ନମ୍ବର ସ୍ଥାନ ହାସଲ କରିଥିଲା । ଆଗକୁ ମଧ୍ୟ ଶିଶୁ ବିକାଶ ମୂଳକ ଅନେକ କାର୍ଯ୍ୟ ହାତକୁ ନିଆଯିବ ବୋଲି ସ୍ମାର୍ଟ ସିଟି ଲିମିଟେଡ୍ର ମ୍ୟାନେଜର କମଲ ଜିତ୍ ସିଂହ ସୂଚନା ଦେଇଛନ୍ତି ।