ପ୍ରକାଶ ପାଇଲା ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷାଫଳ ପ୍ରକାଶ: ପାସ୍‌ ହାର ୮୦.୮୩ %

0 411
greentech

୨୭୧ଛାତ୍ରଛାତ୍ରୀଙ୍କ ଗ୍ରେଡ ବଢ଼ିଛି, ୪୫୯ ଛାତ୍ରଛାତ୍ରୀଙ୍କ ଗ୍ରେଡ ହ୍ରାସ ପାଇଛି

ଭୁବନେଶ୍ବର ୨୪/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଆଜି ମାଟ୍ରିକ ଅଫଲାଇନ ପରୀକ୍ଷା ଫଳ ପ୍ରକାଶ ପାଇଛି। ପରୀକ୍ଷା ଦେଇଥିବା ମୋଟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୨୩୩ ଜଣ ପାସ କରିଛନ୍ତି ଏବଂ ୧୪୧ ଜଣ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି। ଚଳିତ ବର୍ଷ ମାଟ୍ରିକ ଅଫଲାଇନ ମୋଟ ପାସ ହାର୮୦.୮୩% ରହିଛି। ମାଟ୍ରିକ ଅଫଲାଇନ ପରୀକ୍ଷାରେ ୨୭୧ ପିଲାଙ୍କ ଗ୍ରେଡ ବଢ଼ିଛି। ଅନଲାଇନ ମାର୍କିଂରେ ଯେତିକି ପାଇଥିଲେ ଅଫଲାଇନରେ ମାର୍କ ବଢ଼ିଛି। ତେବେ ୪୫୯ ଛାତ୍ରଛାତ୍ରୀଙ୍କ ଅଫଲାଇନ ଗ୍ରେଡ ହ୍ରାସ ପାଇଲା। ଅନଲାଇନରେ ପାଇଥିବା ଗ୍ରେଡ ଅଫ୍ ଲାଇନରେ ଖସିଗଲା। ଅନଲାଇନ ମାର୍କିଂରେ ଅସନ୍ତୁଷ୍ଟ ହୋଇ ଦେଇଥିଲେ ଅଫଲାଇନ ପରୀକ୍ଷା।

ମାଟ୍ରିକ ଅଫଲାଇନରେ ଉତ୍ତୀର୍ଣ୍ଣ  ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଛାତ୍ରଙ୍କ ସଂଖ୍ୟା ୩୧୦୦ ରହିଥିବାବେଳେ ଛାତ୍ରୀଙ୍କ ସଂଖ୍ୟା ୨୧୩୩ ରହିଛନ୍ତି। ଅନ୍‌ଲାଇନ୍‌ ମାର୍କିଂରେ ଅସନ୍ତୁଷ୍ଟ ହୋଇ କିମ୍ବା ଫର୍ମଫିଲଅପ୍‌ ପରେ କୌଣସି କାରଣରୁ ପରୀକ୍ଷା ଦେଇପାରିନଥିବା ଅଥବା ଫେଲ ହୋଇଥିବା ଛାତ୍ରଛାତ୍ରୀ ଅଫଲାଇନରେ ପରୀକ୍ଷା ଦେଇଥିଲେ।  ଏ୧ ପାଇଛନ୍ତି ମୋଟ ୪୨ ଜଣ ଛାତ୍ରଛାତ୍ରୀ। ସେହିପରି ଏ୨-୨୫୫, ବି୧- ୩୪୮, ବି୨- ୪୫୮,ସି-୫୯୯,ଡି- ୮୪୬, ଇ-୨୬୮୫, ଏଫ- ୧୪୧ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି। ସେହିଭଳି ଷ୍ଟେଟ ଓପନ ସ୍କୁଲ ପରୀକ୍ଷାରେ ମୋଟ ୭୪.୩ ଜଣ ପାସ୍ କରିଥିବା ବେଳେ ମଧ୍ୟମା ପରୀକ୍ଷାରେ ଶତ ପ୍ରତିଶତ ରେଜଲ୍ଟ ରହିଛି ।

ଅଫଲାଇନ ପରୀକ୍ଷାରେ ୧୪୧ ଜଣ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି । ଫେଲ ହୋଇଥିବା ଛାତ୍ରଛାତ୍ରୀ କିଛି ବିଷୟରେ ପରୀକ୍ଷା ଦେଇଥିବା ବେଳେ କିଛି ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ । ତେବେ କରୋନା କାଳରେ ପରୀକ୍ଷା ହୋଇଥିବାରୁ ବିଭିନ୍ନ କାରଣ ପାଇଁ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିନାହାନ୍ତି  । ତେଣୁ ଅନୁପସ୍ଥିତ ହୋଇ ଫେଲ ହୋଇଥିବା ଛାତ୍ରଛାତ୍ରୀ ପୂର୍ବରୁ ଯେଉଁ ନମ୍ବର ରଖିଥିଲେ ସେହି ନମ୍ବର ଗ୍ରହଣ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ତେବେ ଅଫଲାଇନ ପରୀକ୍ଷା ନମ୍ବରକୁ ନେଇ କୌଣସି ଦ୍ୱନ୍ଦ୍ୱ ଥିଲେ ରି-ଚେକିଂ ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ସେପ୍ଟେମ୍ବର ୮ ସୁଦ୍ଧା ରି-ଚେକିଂ ପାଇଁ ଆବେଦନ କରିପାରିବେ ବୋଲି କହିଛି ବୋର୍ଡ ।

Leave A Reply

Your email address will not be published.

19 − nine =

error: Content is protected !!
Open chat