୨ୟ ଲହର ଶେଷ ହୋଇନାହିଁ, ସେପ୍ଟେମ୍ବର-ଅକ୍ଟୋବର ଗୁରୁତ୍ବପୂର୍ଣ୍ଣ : ସ୍ବାସ୍ଥ୍ୟ ମନ୍ତ୍ରାଳୟ

0 395
greentech

ନୂଆଦିଲ୍ଲୀ ୨୬/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଦେଶରେ ଗତ ୨୪ ଘଣ୍ଟାରେ ପ୍ରାୟ ୪୬ ହଜାର ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ତାହାର ୫୮ ପ୍ରତିଶତ ଗୋଟିଏ ରାଜ୍ୟ କେରଳରୁ ଆସିଛି । ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ।

ସ୍ବାସ୍ଥ୍ୟ ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଦେଶରେ ସଂକ୍ରମଣ କମୁଥିଲେ ବି ଏପର୍ଯ୍ୟନ୍ତ ୨ୟ ଲହର ଶେଷ ହୋଇ ନାହିଁ । ଆଗକୁ ପାର୍ବଣ ଋତୁ ଥିବାରୁ ସେପ୍ଟେମ୍ବର ଓ ଅକ୍ଟୋବର ମାସ ଆମ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ।

କେରଳରେ ଏବେ ପ୍ରାୟ ୧ ଲକ୍ଷରୁ ଅଧିକ ସକ୍ରିୟ ଆକ୍ରାନ୍ତ ଥିବାବେଳେ ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶରେ ୧୦ ହଜାରରୁ ୧ ଲକ୍ଷ ମଧ୍ୟରେ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଦେଶର ଯେତିକି ସକ୍ରିୟ ଆକ୍ରାନ୍ତ ଅଛନ୍ତି ତାହାର ଅଧା କେରଳରେ ଅଛନ୍ତି ବୋଲି ସେ କହିଛନ୍ତି । ସେହିପରି ମହାରାଷ୍ଟ୍ରରେ ୧୬ ପ୍ରତିଶତ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଗତକାଲି ଦେଶରେ ୮୦ ଲକ୍ଷ ମାତ୍ରା ଟିକା ଦିଆଯାଇଛି । ଆଜି ଏପର୍ଯ୍ୟନ୍ତ ପ୍ରାୟ ୪୭ ଲକ୍ଷ ମାତ୍ରା ଟିକା ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

nineteen + two =

error: Content is protected !!
Open chat