ସମୟସୀମା ଅତିକ୍ରମ ପରେ ବି ନେଇପାରିବେ ଟିକା, ଶରୀରରେ ଏହା କାମ କରିବ : ବିଜୟ ପାଣିଗ୍ରାହୀ

0 399
greentech

ଭୁବନେଶ୍ବର ୨୭/୦୮/୨୦୨୧ କଳିଙ୍ଗ ଜ୍ଯୋତି : ପ୍ରାୟ ୧୬ ଲକ୍ଷ ଲୋକ ନେଇ ନାହାନ୍ତି ପ୍ରଥମ ଡୋଜ୍ ପରେ ଦ୍ଵିତୀୟ ଡୋଜ୍ ଟିକା । ଏଥି ମଧ୍ୟରୁ ୧୩ ଲକ୍ଷ ଲୋକଙ୍କ ଦ୍ଵିତୀୟ ଡୋଜ୍ ନେବାର ତାରିଖ ଅତିକ୍ରମ କରିସାରିଛି । ପ୍ରଥମ ଡୋଜ୍ ପରେ କୋଭିଡ୍ ହେବା ଯୋଗୁଁ ଅଧିକାଂଶ ଲୋକଙ୍କ ଦ୍ଵିତୀୟ ଡୋଜ୍ ଟିକାରେ ବିଳମ୍ବ ହେଉଛି । ୫୦ ଲକ୍ଷ ଲୋକ ଦୁଇଟି ଡୋଜ୍ ଟିକା ନେଇ ସାରିଛନ୍ତି । ସମୟସୀମା ଅତିକ୍ରମ ପରେ ବି ଟିକା ନେଲେ ଶରୀରରେ କାମ କରିବ । ବର୍ତ୍ତମାନ ଟିକାର ଅଭାବ ନାହିଁ । ତେଣୁ ସମସ୍ତଙ୍କୁ ଅନୁରୋଧ ସଠିକ୍ ସମୟରେ ଟିକା ନିଅନ୍ତୁ । ରାଜ୍ୟରେ ପ୍ରତିଦିନ ୧୦ରୁ ୧୨ ପ୍ରତିଶତ ଶିଶୁ ସଂକ୍ରମିତ ହେଉଛନ୍ତି । ଶିଶୁଙ୍କୁ ଟିକା ଦାନ ନେଇ ଏକ୍ସପର୍ଟ ଗ୍ରୁପର ନିଷ୍ପତ୍ତି ପରେ ଗାଇଡ଼ ଲାଇନ ଆସିବ । ଏହାପରେ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଆଜି ରାଜ୍ୟରେ ଆଉ ୨ ଜଣ ଶିଶୁଙ୍କ ଜୀବନ ନେଲା ମହାମାରୀ କରୋନା। କଟକ ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଶିଶୁଙ୍କର ମୃତ୍ୟୁ ଘଟିଛି। କଟକର ୧୨ ଦିନର ଶିଶୁ ଓ ମୟୂରଭଞ୍ଜର ୫ ମାସର ଶିଶୁକନ୍ୟାର ମୃତ୍ୟୁ ହୋଇଛି। ଉଭୟ ଶିଶୁ କୋଭିଡ୍ ସହ ଅନ୍ୟ ରୋଗରେ ଆକ୍ରାନ୍ତ ଥିଲେ । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଅପର ପକ୍ଷରେ ଆଜି ୦-୧୮ ବର୍ଷ ବୟସର ୧୦୬ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ କରୋନାର ସମ୍ଭାବ୍ୟ ତୃତୀୟ ଲହର ନେଇ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି ବିଶେଷଜ୍ଞ । ତୃତୀୟ ଲହର ପିକ୍‌ରେ ଦିନକୁ ୧୯ ହଜାର ସଂକ୍ରମିତ ଚିହ୍ନଟ ହେବେ ବୋଲି ଆକଳନ ହୋଇଛି । ଅର୍ଥାତ୍ ଦ୍ୱିତୀୟ ଲହର ତୁଳନାରେ ଦେଢ଼ଗୁଣା ବଢ଼ିଯିବ ଦୈନିକ ସଂକ୍ରମଣ । ଏହା ସହ ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବ। କେନ୍ଦ୍ର ସରକାରଙ୍କ ପରାମର୍ଶ ପରେ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ପ୍ରସ୍ତୁତ ରହିବାକୁ କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ସଂକ୍ରମଣର ସମ୍ଭାବନାକୁ ନେଇ ଏମିତି ଭୟଙ୍କର ଚିତ୍ର ଆଙ୍କିଛି କେନ୍ଦ୍ର ସରକାରଙ୍କ କୋଭିଡ୍‌ ଏମର୍ଜେନ୍ସି ରେସପନ୍ସ ଆଣ୍ଡ ହେଲ୍‌ଥ ସିଷ୍ଟମ ପ୍ରିପାୟଡନେସ୍‌।

Leave A Reply

Your email address will not be published.

two + 9 =

error: Content is protected !!
Open chat