ଦୁଇଦିନିଆ ଜାମ୍ମୁ କାଶ୍ମୀର ଗସ୍ତରେ ବିଦେଶୀ ରାଷ୍ଟ୍ରଦୂତ ପ୍ରତିନିଧି ଦଳ

0 190
greentech

ଶ୍ରୀନଗର :  ବିଦେଶୀ ରାଷ୍ଟ୍ରଦୂତମାନଙ୍କର ଏକ ପ୍ରତିନିଧି ଦଳ ଜାମ୍ମୁ କାଶ୍ମୀରକୁ ଦୁଇଦିନ ଗସ୍ତରେ ଯାଇଛନ୍ତି ।ଏହି ପ୍ରତିନିଧି ଦଳ ୟୁରୋପ ଓ ଆଫ୍ରିକୀୟ ଦେଶଗୁଡ଼ିକରୁ ଆସିଛନ୍ତି । ସେନାବାହିନୀ ଓ ଜାମ୍ମୁକାଶ୍ମୀର ପୁଲିସ୍‍ ବିଦେଶୀ ରାଷ୍ଟ୍ରଦୂତମାନଙ୍କୁ କେନ୍ଦ୍ରଶାସିତ ଅଞ୍ଚଳର ନିରାପତ୍ତା ପରିସ୍ଥିତି ବିଷୟରେ ଅବଗତ କରାଇଛନ୍ତି । ଆତଙ୍କବାଦୀମାନଙ୍କର ଆତ୍ମସମର୍ପଣ କରିବା ଓ ନିୟନ୍ତ୍ରଣରେଖାରେ ଅନୁପ୍ରବେଶ ବନ୍ଦ କରିବା ପାଇଁ ସେନାବାହିନୀର ଭୂମିକା ବିଷୟରେ ସେମାନଙ୍କୁ ସୂଚନା ଦିଆଯାଇଛି । ଏହାଛଡ଼ା ଭାରତ ମଧ୍ୟକୁ ଅନୁପ୍ରବେଶ ପାଇଁ ପାକିସ୍ତାନ ସେନାବାହିନୀ କରୁଥିବା ସହାୟତା, ଆତଙ୍କବାଦୀମାନଙ୍କୁ ପାକିସ୍ତାନରୁ ମିଳୁଥିବା ସମର୍ଥନ ଓ ସେମାନଙ୍କୁ ତାଲିମ ଦିଆଯିବା ବିଷୟରେ ମଧ୍ୟ ବିଦେଶୀ ରାଷ୍ଟ୍ରଦୂତମାନଙ୍କୁ ଅବଗତ ଦିଆଯାଇଛି ।
ବିଦେଶୀ ପ୍ରତିନିଧି ଦଳକୁ ବିଭିନ୍ନ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ସୂଚନା ଦିଆଯାଇଛି । ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସଂପର୍କ ସ୍ଥାପନ, ମୌଳବାଦ ବିରୋଧୀ ପଦକ୍ଷେପ, କ୍ରୀଡ଼ାର ବିକାଶ ପାଇଁ ପୁଲିସ ନେଇଥିବା ପଦକ୍ଷେପ, ସେଠାରେ ସୃଷ୍ଟି କରାଯାଇଥିବା ନିଯୁକ୍ତି ସୁଯୋଗ, ଯୁବକମାନଙ୍କୁ ଦିଆଯାଉଥିବା ପରାମର୍ଶ ଓ ସମ୍ପ୍ରଦାୟ ବଣ୍ଡ୍‍ ଯୋଜନା ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ସେମାନଙ୍କୁ ସୂଚନା ଦିଆ ଯାଇଛି ।
ଧାରା ୩୭୦ର ଉଚ୍ଛେଦର ପରବର୍ତ୍ତୀ ପରିସ୍ଥିତି, ଟେକାପଥର ଫିଙ୍ଗା ଘଟଣା ହ୍ରାସ ପାଇବା ଓ ସଫଳତାର ସହ ଡିଡିସି ନିର୍ବାଚନ କରାଯିବା ବିଷୟରେ ମଧ୍ୟ ବିଦେଶୀ ପ୍ରତିନିଧି ଦଳଙ୍କୁ ଅବଗତ କରାଯାଇଛି । ବିଦେଶୀ ପ୍ରତିନିଧି ଦଳ ଜାମ୍ମୁକାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ ଜାମ୍ମୁ କାଶ୍ମୀର ହାଇକୋର୍ଟ ମୁଖ୍ୟବିଚାରପତିଙ୍କୁ ସାକ୍ଷାତ କରିଛନ୍ତି। ଏହି ପ୍ରତିନିଧି ଦଳ ନବନିର୍ବାଚିତ ଡିଡିସି ସଦସ୍ୟ ଓ କିଛି ସାମାଜିକ ସଂଗଠନର ପ୍ରତିନିଧିମାନଙ୍କୁ ସାକ୍ଷାତ କରିଛନ୍ତି । ତୃଣମୂଳସ୍ତରରେ ଗଣତନ୍ତ୍ରର ପ୍ରତିଷ୍ଠା, କ୍ଷମତାର ବିକେନ୍ଦ୍ରୀ କରଣ ଓ ଶାନ୍ତିପୂର୍ଣ୍ଣ ପରିସ୍ଥିତି ପାଇଁ ସରକାର ନେଇଥିବା ପଦକ୍ଷେପ ଆଦି ପ୍ରସଙ୍ଗ କଥାବାର୍ତ୍ତାରେ ସ୍ଥାନ ପାଇଛି

Leave A Reply

Your email address will not be published.

4 × four =

error: Content is protected !!
Open chat