ଦେବରାଜ ସାହୁ ହତ୍ୟାକାଣ୍ଡର ପର୍ଦ୍ଦାଫାସ, ମାଷ୍ଟରମାଇଣ୍ଡ୍ ଅଜୟ ସମେତ ୫ ଗିରଫ

0 331
greentech

ବ୍ରହ୍ମପୁର : ବେଗୁନିଆପଡ଼ାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁ ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି ବ୍ରହ୍ମପୁର ପୁଲିସ । ଏହା ଘଟଣାର ମାଷ୍ଟରମାଇଣ୍ଡ ଅଜୟ ବାରିକ ସମେତ ମୋଟ ୫ ଜଣଙ୍କୁ ପୁଲିସ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଜବତ ହୋଇଛି ।

ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ହୋଇଥିବା ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ  ଦେବରାଜ ଓ ଅଜୟଙ୍କ ମଧ୍ୟରେ ଗତ ୨-୩ ବର୍ଷ ହେଲା ଶତ୍ରୁତା ରହିଆସିଥିଲା । ଏପରିକି ଗତ ସେପ୍ଟେମ୍ବର ମାସରେ ଦେବରାଜ ଗୋଷ୍ଠୀ ପକ୍ଷରୁ ଅଜୟଙ୍କ ଉପରେ ଆକ୍ରମଣ ହୋଇଥିଲା । ଏହାର ପ୍ରତିଶୋଧ ନେବାକୁ ଅଜୟ ଏହି ହତ୍ୟାକାଣ୍ଡ ଘଟାଇଥିବା ଜଣାଯାଇଛି । ଗତ ୨୦ ତାରିଖରେ ଦେବରାଜ ସୁମଣ୍ଡଳ ଛକରେ ଚା’ ପିଉଥିବାବେଳେ ତାଙ୍କୁ ନିର୍ମମଭାବେ ଭାବେ ଗୁଳିକରି ହତ୍ୟା କରାଯାଇଥିଲା ।

Leave A Reply

Your email address will not be published.

19 − eleven =

error: Content is protected !!
Open chat