ଦେଶବାସୀଙ୍କ ପାଇଁ ଖୁସି ଖବର: ‘କୋଭାକ୍ସିନ’ ପରେ ମାନବ ପରୀକ୍ଷଣ ପାଇଁ ପ୍ରସ୍ତୁତ ହେଲା ଆଉ ଏକ ସ୍ବଦେଶୀ କୋଭିଡ୍-୧୯ ଟିକା

0 185
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୪/୦୭ : ଭାରତ ବାୟୋଟେକ୍ ‘କୋଭାକ୍ସିନ୍’ ନାମକ ଏକ ସମ୍ଭାବ୍ୟ ନୋବେଲ କରୋନାଭାଇରସ୍ ଟିକା ବିକଶିତ କରିବା ପରେ ଅହମ୍ମଦାବାଦ ସ୍ଥିତ ଜାଇଡସ କ୍ୟାଡିଲା ମଧ୍ୟ କରୋନାଭାଇରସକୁ ହରାଇବା ପାଇଁ ଆଉ ଏକ ଟିକା ପ୍ରସ୍ତୁତ କରିଛି । ଫେଜ୍-୧ ଏବଂ ଫେଜ୍-୨ରେ ଏହି ଟିକାର ମାନବ ପରୀକ୍ଷଣ କରାଯିବା ସହ ଏ ନେଇ ୩ମାସ ସମୟ ଲାଗିବ ବୋଲି ଜାଇଡସ କ୍ୟାଡିଲା ପକ୍ଷରୁ କୁହାଯାଇଛି । ଭାରତରେ ମାନବ ପରୀକ୍ଷା ପାଇଁ ଅନୁମୋଦନ ପାଇଥିବା ଏହା ହେଉଛି ଦ୍ୱିତୀୟ କରୋନାଭାଇରସ୍ ଟିକା | ଭାରତରେ ଏବେ ସଂକ୍ରମଣ ବଢ଼ିବାକୁ ଲାଗିଥିବା ବେଳେ ଦ୍ବିତୀୟ ଟିକାର ପରୀକ୍ଷଣ ଆରମ୍ଭ ହେବା ଖବର ଏବେ ଦେଶବାସୀଙ୍କୁ ଆଶ୍ବସ୍ତ କରିଛି ।

ଅହମ୍ମଦାବାଦ ସ୍ଥିତ ଜାଇଡସ କ୍ୟାଡିଲା ପକ୍ଷରୁ କୁହାଯାଇଛି ଯେ, କରୋନାଭାଇରସ୍ ଟିକାର ମାନବ ପରୀକ୍ଷଣ କରିବା ପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ଙ୍କ ଅନୁମୋଦନ ନିଆଯାଇଛି। ଏହାପୂର୍ବରୁ ଔଷଧ ନିୟନ୍ତ୍ରକ ଭାରତର ପ୍ରଥମ ସ୍ୱଦେଶୀ କରୋନାଭାଇରସ୍ ଟିକା କୋଭାକ୍ସିନକୁ ମାନବ ପରୀକ୍ଷଣ କରିବା ପାଇଁ ଅନୁମୋଦନ ଦେଇଥିଲେ। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଏବଂ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (ଏନଆଇଭି) ସହଯୋଗରେ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍ ଦ୍ୱାରା ‘କୋଭାକ୍ସିନ୍’ ବିକଶିତ ହୋଇଛି।

ଜାଇଡସ କ୍ୟାଡିଲା ପକ୍ଷରୁ କୁହାଯାଇଛି ଯେ, ପ୍ରଥମେ ଆମେ ପ୍ରସ୍ତୁତ କରିଥିବା ଟିକାକୁ ପଶୁ ଉପରେ ପରୀକ୍ଷା କରିଥିଲୁ । ଆମର ଏହି ପରୀକ୍ଷା ସଫଳ‌ ହେବା ସହ ଏହା ପଶୁର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥିଲା ଏବଂ ଭୂତାଣୁକୁ ନିଷ୍କ୍ରିୟ କରିଥିଲା । ‌ପରେ ଆମେ ଆମର ପରୀକ୍ଷା ରିପୋର୍ଟ ଡିସିଜିଆଇକୁ ଦେବା ପରେ ସେମା‌ନେ ଆମକୁ ମାନବ ପରୀକ୍ଷଣ ପାଇଁ ଅନୁମତି ଦେଇଛନ୍ତି । ଏହି ମାସରେ ଭାରତର ଏକାଧିକ ସାଇଟରେ ୧୦୦୦ରୁ ଅଧିକ ବିଷୟ ଉପରେ ମାନବ ପରୀକ୍ଷା ଆରମ୍ଭ କରିବ ବୋଲି କମ୍ପାନୀ କହିଛି। ପ୍ରଥମ ପର୍ଯ୍ୟାୟ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ସମାପ୍ତ ହେବାକୁ ପ୍ରାୟ ତିନି ମାସ ସମୟ ଲାଗିବ |

Leave A Reply

Your email address will not be published.

four × four =

error: Content is protected !!
Open chat