ଦେଶରେ ଉତ୍ପାଦିତ ହେଉଥିବା ଦ୍ରବ୍ୟ କିଣିବା ପାଇଁ ନାଗରିକମାନଙ୍କୁ ମୋର ଅନୁରୋଧ –ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

0 232
greentech

କଳିଙ୍ଗ ଜ୍ୟୋତି ଦିଲ୍ଲୀ ୨୮/୦୬ : ଦେଶରେ ଉତ୍ପାଦିତ ହେଉଥିବା ଦ୍ରବ୍ୟ କିଣିବା ପାଇଁ ନାଗରିକମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ, ଯଦି ଲୋକମାନେ ସ୍ଥାନୀୟ ଉତ୍ପାଦ କିଣନ୍ତି ତେବେ ସେମାନେ ଦେଶକୁ ମଜବୁତ କରିବାରେ ଏକ ସକ୍ରିୟ ଭୂମିକା ଗ୍ରହଣ କରିବେ। ସେ କହିଛନ୍ତି ଯେ ଯଦି ଆମେ ସ୍ଥାନୀୟ ଉତ୍ପାଦ କିଣିବା ତେବେ ଦେଶକୁ ଶକ୍ତିଶାଳୀ କରିବାରେ ଭୂମିକା ଗ୍ରହଣ କରିପାରିବ – ଏହା ମଧ୍ୟ ଦେଶ ପାଇଁ ଏକ ପ୍ରକାର ସେବା ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଯେ କେହି ଯେ କୌଣସି ବୃତ୍ତି କରୁଥାନ୍ତୁ, ଦେଶ ପାଇଁ ସମସ୍ତଙ୍କର ସେବା କରିବାର ସୁଯୋଗ ରହିଛି। ମାସିକ କାର୍ଯ୍ୟକ୍ରମ ‘ମନ୍ କି ବାତ’ର ୬୬ତମ ଭାଗରେରେ ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତିରକ୍ଷା ହେଉ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ର, ଭାରତ ଆଗକୁ ବଢିବା ପାଇଁ ନିରନ୍ତର ଉଦ୍ୟମ କରୁଛି। ସ୍ୱାଧୀନତା ପୂର୍ବରୁ ଆମ ଦେଶ ପ୍ରତିରକ୍ଷା କ୍ଷେତ୍ରରେ ଅନେକ ଦେଶଠାରୁ ଆଗରେ ଥିଲା। ଆମର ଅନେକ ଗୋଳାବାରୁଦ କାରଖାନା ଥିଲା କିନ୍ତୁ ଏବେ ଆମ ପଛରେ ଥିବା କିଛି ଦେଶ ଆମଠାରୁ ଆଗରେ ଅଛନ୍ତି। ସ୍ୱାଧୀନତା ପରେ ଆମେ ଆମ ଅନୁଭୂତିର ଲାଭ ଉଠାଇ ପାରିଲୁ ନାହିଁ ବୋଲି ସେ କହିଛନ୍ତି।

ସେ କହିଛନ୍ତି, ପ୍ରତିରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆଗକୁ ବଢିବାକୁ ଆଜି ଭାରତ ନିରନ୍ତର ଉଦ୍ୟମ ଜାରି ରଖିଛି। ଭାରତ ଆତ୍ମନିର୍ଭରଶୀଳତା ଆଡକୁ ଗତି କରୁଛି ବୋଲି ସେ କହିଛନ୍ତି। ଭାରତର ସଂକଳ୍ପ ହେଉଛି ଏହାର ଆତ୍ମ ସମ୍ମାନ ଏବଂ ସାର୍ବଭୌମତ୍ବ ରକ୍ଷା କରିବା। ଭାରତର ଲକ୍ଷ୍ୟ ହେଉଛି ‘ଆତ୍ମ ​​ନିର୍ଭର ଭାରତ’। ଭାରତର ପରମ୍ପରା ହେଉଛି ବିଶ୍ୱାସ ଏବଂ ବନ୍ଧୁତା। ଭାରତର ଆତ୍ମା ​​ଭ୍ରାତୃଭାବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.

sixteen − nine =

error: Content is protected !!
Open chat