ଦେଶରେ କେବଳ ଟିକା ଆସିବା ପରେ ଗୋଷ୍ଠୀ ପ୍ରତିରୋଧକ ଶକ୍ତି ଆସିପାରିବ : ସ୍ୱାସ୍ଥ୍ୟ ମନ୍ତ୍ରାଳୟ

0 443
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୧/୦୭:ସମଗ୍ର ବିଶ୍ୱରେ ଏବେ ୩ଟି କରୋନା ଟିକା ୩ୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ସ୍ତରରେ ପହଞ୍ଚିଛି । ସେଗୁଡ଼ିକ ଆମେରିକା, ବ୍ରିଟେନ ଓ ଚୀନରେ ବିକଶିତ କରାଯାଉଛି । ଭାରତରେ ୨ଟି କରୋନା ଟିକାର ପରୀକ୍ଷଣ ଚାଲିଛି ଓ ସେଗୁଡ଼ିକ ଏବେ ୧ମ ଓ ୨ୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ସ୍ତରରେ ରହିଛି ବୋଲି କେନ୍ଦ୍ର  ସ୍ୱାସ୍ଥ୍ୟ ସଚିବ ଓଏସଡି ରାଜେଶ ଭୂଷଣ କହିଛନ୍ତି ।

ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀ ଅବସରରେ ସେ କହିଛନ୍ତି, ଭାରତରେ ପରୀକ୍ଷଣ ଚାଲିଥିବା ପ୍ରଥମ ଟିକାଟି ଏପର୍ଯ୍ୟନ୍ତ ୧୧୫୦ ଜଣଙ୍କୁ ଦିଆଯାଇଛି ଓ ୨ୟ ଟିକାଟି ୧୦୦୦ ଜଣଙ୍କୁ ଦିଆଯାଇଛି ।

ସେ କହିଛନ୍ତି ଯେ ଭାରତ ପରି ଏକ ବିଶାଳ ଦେଶରେ ହର୍ଡ ଇମ୍ୟୁନିଟି ବା ଗୋଷ୍ଠୀ ପ୍ରତିରୋଧ ଶକ୍ତି ଆଣିବା ଏକ ବିକଳ୍ପ ନୁହେଁ । ଏହା କେବଳ ଟିକା ଆସିବା ପରେ ଆସିପାରିବ । ଏଣୁ ଆମକୁ ଏବେ ଗାଇଡଲାଇନ ପାଳନ ଉପରେ ଗୁରୁତ୍ୱ ଦେବାକୁ ହେବ ।

ଶ୍ରୀ ଭୁଷଣ କହିଛନ୍ତି ଯେ ଭାରତରେ ଗତ ଏପ୍ରିଲ ମାସରେ ଆରୋଗ୍ୟ ହାର ମାତ୍ର ୭.୮୫ ପ୍ରତିଶତ ଥିଲା କିନ୍ତୁ ଏବେ ତାହା ୬୪.୪ ପ୍ରତିଶତକୁ ବୃଦ୍ଧି ପାଇଛି । ୧୬ଟି ରାଜ୍ୟରେ ଆରୋଗ୍ୟ ହାର ଜାତୀୟହାରଠାରୁ ଅଧିକ । ଦେଶରେ ପ୍ରାୟ ୧୦ ଲକ୍ଷ ଲୋକ କରୋନା ସଂକ୍ରମଣରୁ ଆରୋଗ୍ୟ ହାସଲ କରିସାରିଲେଣି । ଆମ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟମାନଙ୍କ ନିସ୍ୱାର୍ଥପର ସେବା ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

thirteen + twelve =

error: Content is protected !!
Open chat