ଦେଶରେ ସଂକ୍ରମଣର ଆଉ ଏକ ରେକର୍ଡ: ଦିନକରେ ୪୯, ୩୧୦ ସଂକ୍ରମିତ, ୭୪୦ ଆକ୍ରାନ୍ତ ମୃତ

0 342
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୪/୦୭ : ଜୁଲାଇ ୨୩ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧୨୮୭୯୪୫ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୮୧୭୨୦୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୩୦୬୦୧ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୪୯, ୩୧୦  ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୪୦୧୩୫ ରହିଛି। ୨୪ ଘଣ୍ଟାରେ ୭୪୦ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୮୮୪ ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୭୦ ଜଣ, ବିହାରରେ ୨୧୭ ଜଣ, ଚଣ୍ଡିଗଡ଼ରେ ୧୩ ଜଣ, ଛତିଶଗଡ଼ରେ ୩୦ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ଜଣ, ଦିଲ୍ଲୀରେ ୩୭୪୫ ଜଣ, ଗୋଆରେ ୨୯ ଜଣ, ଗୁଜରାଟରେ ୨୨୫୨ ଜଣ, ହରିୟାଣାରେ ୩୭୮ ଜଣ, ହିମାଚଳ ପ୍ରଦେଶରେ ୧୧ ଜଣ, ଜମ୍ମୁ ଓ କଶ୍ମୀରରେ ୨୮୨ ଜଣ, ଝାଡ଼ଖଣ୍ଡରେ ୬୭୨ ଜଣ, କର୍ଣ୍ଣାଟକରେ ୧୬୧୬ ଜଣ, କେରଳରେ ୫୦ ଜଣ, ଲଦାଖରେ ୨ ଜଣ, ମଧ୍ୟପ୍ରଦେଶରେ ୭୮୦ ଜଣ, ମହାରାଷ୍ଟ୍ରରେ ୧୨୮୫୪ ଜଣ, ମେଘାଳୟରେ ୪ ଜଣ, ଓଡ଼ିଶାରେ ୧୧୪ ଜଣ, ପୁଦ୍ଦୁଚେରୀରେ ୩୪ ଜଣ, ପଞ୍ଜାବରେ ୨୭୭ ଜଣ, ରାଜସ୍ଥାନରେ ୫୯୪ ଜଣ, ତାମିଲନାଡୁରେ ୩୨୩୨ ଜଣ, ତେଲେଙ୍ଗାନାରେ ୪୪୭ ଜଣ, ତ୍ରିପୁରାରେ ୧୦ ଜଣ, ଉତ୍ତରାଖଣ୍ଡରେ ୬୦ ଜଣ, ଉତ୍ତରପ୍ରଦେଶରେ ୧୨୮୯ ଜଣ ଏବଂ ପଶ୍ଚମବଙ୍ଗରେ ୧୨୫୫ ଜଣ ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୨୪୦), ଆନ୍ଧ୍ରପ୍ରଦେଶ (୭୨୭୧୧), ଅରୁଣାଚଳ ପ୍ରଦେଶ (୯୯୧), ଆସାମ (୨୮୭୯୧), ବିହାର (୩୧୯୮୦), ଚଣ୍ଡିଗଡ଼ (୮୦୦), ଛତିଶଗଡ଼ (୬୨୫୪), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୭୭୦), ଦିଲ୍ଲୀ (୧୨୭୩୬୪), ଗୋଆ (୪୩୫୦), ଗୁଜରାଟ (୫୨୪୭୭), ହରିୟାଣା (୨୮୯୭୫), ହିମାଚଳ ପ୍ରଦେଶ (୧୮୩୪), ଜମ୍ମୁ ଓ କଶ୍ମୀର (୧୬୪୨୯), ଝାଡ଼ଖଣ୍ଡ (୬୯୭୫) କର୍ଣ୍ଣାଟକ (୮୦୮୬୩), କେରଳ (୧୬୧୧୦), ଲଦାଖ (୧୨୧୦), ମଧ୍ୟପ୍ରଦେଶ (୨୫୪୭୪), ମହାରାଷ୍ଟ୍ର (୩୪୭୫୦୨), ମଣିପୁର (୨୧୧୫), ମେଘାଳୟ (୫୩୪), ମିଜୋରାମ (୩୩୨), ନାଗାଲାଣ୍ଡ (୧୧୭୪),  ଓଡ଼ିଶା (୨୧୦୯୯), ପୁଦ୍ଦୁଚେରୀ (୨୪୨୦), ପଞ୍ଜାବ (୧୧୭୩୯), ରାଜସ୍ଥାନ (୩୩୨୨୦), ସିକିମ୍ (୪୬୦), ତାମିଲନାଡୁ (୧୯୨୯୬୪), ତେଲେଙ୍ଗାନା (୫୦୮୨୬), ତ୍ରିପୁରା (୩୬୫୬), ଉତ୍ତରାଖଣ୍ଡ (୫୪୪୫), ଉତ୍ତରପ୍ରଦେଶ (୫୮୧୦୪) ଓ ପଶ୍ଚିମବଙ୍ଗ (୫୧୭୫୭) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୧୭୦), ଆନ୍ଧ୍ରପ୍ରଦେଶ (୩୭୫୫୫), ଅରୁଣାଚଳ ପ୍ରଦେଶ (୩୩୪), ଆସାମ (୨୦୬୯୯), ବିହାର (୨୦୭୬୯), ଚଣ୍ଡିଗଡ଼ (୫୩୧), ଛତିଶଗଡ଼ (୪୩୭୭), ଦାଦର ନଗର ହାୱେଲି (୪୮୯), ଦିଲ୍ଲୀ (୧୦୯୦୬୫), ଗୋଆ (୨୬୫୫), ଗୁଜରାଟ (୩୭୯୭୮), ହରିୟାଣା (୨୨୨୪୯), ହିମାଚଳ ପ୍ରଦେଶ (୧୧୩୬), ଜମ୍ମୁ ଓ କଶ୍ମୀର (୮୭୦୯), ଝାଡ଼ଖଣ୍ଡ (୩୧୭୪), କର୍ଣ୍ଣାଟକ (୨୯୩୧୦), କେରଳ (୬୫୯୪), ଲଦାଖ (୧୦୨୫), ମଧ୍ୟପ୍ରଦେଶ (୧୭୩୫୯), ମହାରାଷ୍ଟ୍ର (୧୯୪୨୫୩), ମଣିପୁର (୧୪୬୬), ମେଘାଳୟ (୭୮), ମିଜୋରାମ (୧୮୩) ନାଗାଲାଣ୍ଡ୍ (୫୩୦), ଓଡ଼ିଶା (୧୪୩୯୩), ପୁଦ୍ଦୁଚେରୀ (୧୪୦୦), ପଞ୍ଜାବ (୭୭୪୧), ରାଜସ୍ଥାନ (୨୩୮୧୫), ସିକିମ୍ (୧୨୨), ତାମିଲନାଡୁ (୧୩୬୭୯୩), ତେଲେଙ୍ଗାନା (୩୯୩୨୭), ତ୍ରିପୁରା (୨୦୭୨), ଉତ୍ତରାଖଣ୍ଡ (୩୩୯୯), ଉତ୍ତରପ୍ରଦେଶ (୩୫୮୦୩) ଓ ପଶ୍ଚିମବଙ୍ଗ (୩୧୬୫୬) ।

Leave A Reply

Your email address will not be published.

1 × 2 =

error: Content is protected !!
Open chat