ଦେଶର ଅର୍ଥବ୍ୟବସ୍ଥା ଓ ବିକାଶ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟ୍ୱିଟ କରି ଆକ୍ଷେପ କଲେ ରାହୁଳ ଗାନ୍ଧୀ ! !

0 457
greentech

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୪/୦୯ : ଜିଡ଼ିପି ପରିସଂଖ୍ୟାନ ଜାରି ହେବା ପରେ କଂଗ୍ରେସ ସାଂସଦ ରାହୁଳ ଗାନ୍ଧୀ ଦେଶର ଅର୍ଥବ୍ୟବସ୍ଥାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିୟମିତ ଆକ୍ଷେପ କରିଆସୁଛନ୍ତି । ଗତ ସୋମବାର ଦିନ ଦେଶର ଜିଡ଼ିପି ପରିସଂଖ୍ୟାନ ପ୍ରକାଶ ପାଇଥିଲା । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକରେ ଦେଶର ଆର୍ଥିକ ଅଭିବୃଦ୍ଧି ବିଯୁକ୍ତ ୨୩.୯% ରହିଥିବା ଦର୍ଶାଯାଇଥିଲା । ଏହାକୁ ନେଇ ରାହୁଳ ପ୍ରଦାନମନ୍ତ୍ରୀଙ୍କୁ ଆକ୍ଷେପ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଯୋଗୁଁ ଦେଶ ଗତ ୬ ମାସ ହେଲା ସମସ୍ୟା ଭୋଗୁଛି ବୋଲି କହିଥିଲେ । ଏବେ ବିକାଶ ପ୍ରସଙ୍ଗରେ ରାହୁଳ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆକ୍ଷେପ କରି ଟ୍ୱିଟ କରିଛନ୍ତି । ରାହୁଳ କହିଛନ୍ତି ଯେ ଦେଶରୁ ୧୨ କୋଟି ରୋଜଗାର ଉଭାନ, ୫ ଟ୍ରିଲିୟନ ଅର୍ଥବ୍ୟବସ୍ଥା ଉଭାନ, ସାଧାରଣ ଲୋକଙ୍କ ଆୟ ଉଭାନ, ଦେଶର ସୁରକ୍ଷା ଉଭାନ ଆଉ ପ୍ରଶ୍ନ ପଚାରିଲେ ଉତ୍ତର ବି ଉଭାନ । ଏହାପୂର୍ବରୁ ରାହୁଳ ଗାନ୍ଧୀ ଦେଶର ବେକାରୀ ସମସ୍ୟା ସଂକ୍ରାନ୍ତ ଏକ ଖବରକୁ ନିଜ ଟ୍ୱିଟରେ ସେୟାର କରି ପ୍ରଧାନମନ୍ତ୍ରୀଙ୍କୁ ନିଶାଣ କରିଥିଲେ ।

ଜିଡ଼ିପି ହ୍ରାସକୁ ନେଇ ରାହୁଳ ଗାନ୍ଧୀ ଟ୍ୱିଟ କରି ଲେଖିଥିଲେ ଭାରତ ବର୍ତମାନ ସମୟରେ ମୋଦୀ ଜନିତ ବିପତ୍ତି ଭୋଗୁଛି । ୧. ଜିଡ଼ିପିରେ ଐତିହାସିକ ବିଯୁକ୍ତ ୨୩.୯ ହ୍ରାସ, ୨.ଗତ ୪୫ ବର୍ଷରେ ସବୁଠାରୁ ବଡ଼ ବେକାରୀ ସମସ୍ୟା, ୩. ୧୨ କୋଟି ଲୋକଙ୍କର ଚାକିରି ଯିବା, ୪. ରାଜ୍ୟଗୁଡ଼ିକୁ ସେମାନଙ୍କର ଜିଏସଟି ବକେୟା ପରିଶୋଧ ନ କରିବା, ୫. ପୁରା ବିଶ୍ବରେ ସବୁଠାରୁ ଅଧିକ ଦୈନିକ କରୋନା ସଂକ୍ରମଣ, ୬. ସୀମାରେ ବାହାର ଦେଶର ଆକ୍ରମଣ ।

୧୯୯୬ ମସିହାରୁ ଯେବେଠାରୁ ସରକାର ଦେଶର ଅଭିବୃଦ୍ଧି ହାର (ଜିଡ଼ିପି)ର ତ୍ରୟମାସିକ ପରିସଂଖ୍ୟାନ ଜାରି କରିବା ଆରମ୍ଭ କରିଛନ୍ତି, ସେବେଠାରୁ ଆର୍ଥିକ କ୍ଷେତ୍ରରେ ଏବେ ସବୁଠାରୁ ବଡ଼ ଅବନତି ଘଟିଛି । ରାହୁଳ ଗାନ୍ଧୀ କହିଛନ୍ତି, ମୋଦୀ ସରକାର, ରୋଜଗାର, ପରୀକ୍ଷାର ପରିଣାମ ଦିଅ, ଦେଶର ଯୁବକଙ୍କୁ ସମସ୍ୟାର ସମାଧାନ ଦିଅ ।

Leave A Reply

Your email address will not be published.

8 − 3 =

error: Content is protected !!
Open chat