ଦେଶର ସୈନିକଙ୍କ ମନୋବଳକୁ ଦୃଢ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି – ଧର୍ମେନ୍ଦ୍ର ପ୍ରଧାନ

0 382
greentech

ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁନ ୨୧ – ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଦେଖାଯାଇଥିବା ବେଳେ ଏହି ସଂକଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବୀର ସୈନିକ ମାନଙ୍କ ମନୋବଳକୁ ଦୃଢ କରିଛନ୍ତି ।ଦେଶର ଅଖଣ୍ଡତାକୁ ସୁରକ୍ଷା ଦେବା ପାଇଁ ପ୍ରଧାନମନ୍ତ୍ରୀ ସୈନିକ ମାନଙ୍କୁ କ୍ଷମତା ପ୍ରଦାନ କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରବିବାର ବିଜେପି ପକ୍ଷରୁ ଆୟୋଜିତ ଝାଡଖଣ୍ଡ ଜନସମ୍ବାଦ ଭର୍ଚୁଆଲ ରାଲିରେ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଯୋଗେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି ।ମୋଦି ସରକାରର ଦ୍ୱିତୀୟ ବର୍ଷ କାର୍ଯ୍ୟକାଳର ପ୍ରଥମ ବର୍ଷ ପୂର୍ତି ହେବା ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସବକି ସାଥ୍ ସବକି ବିକାଶ ଓ ସବକି ବିଶ୍ୱାସର ମନ୍ତ୍ର ନେଇ ଚାଲୁଥିବା ମୋଦି ସରକାରର ପୂର୍ବ ଭାରତର ବିକାଶ କରିବା କେବଳ ଏକ ସ୍ଲୋଗାନ ନୁହେଁ ଗୋଟେ ଦାୟିତ୍ୱ ।

ପୂର୍ବ ଭାରତକୁ ବିକାଶ କରିବା ନରେନ୍ଦ୍ର ମୋଦିଙ୍କ ପ୍ରାଥମିକତା । ସେ କହିଛନ୍ତି ଦିଲ୍ଲୀରେ ଅନେକ ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ଥିଲେ । ମାତ୍ର ମୋଦି ହେଉଛନ୍ତି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଯେ ପୂର୍ବ ଭାରତର ବିକାଶ କରିବା କଥା ଅଧିକ ଚିନ୍ତା କରୁଛନ୍ତି । ପୂର୍ବ ଭାରତର ବିକାଶ ବିନା ଦେଶର ସନ୍ତୁଳିତ ବିକାଶ କରିବା ଅସମ୍ଭବ ବୋଲି ସେ କହିଛନ୍ତି । ମୋଦି ସରକାରରେ ଜାତୀୟ ରାଜପଥ, ରେଳ, କୃଷି ତଥା ସମସ୍ତ କ୍ଷେତ୍ରର ବିକାଶ ହୋଇଛି । ଓଡିଶାର ବନ୍ଦ ପଡିଥିବା ତାଳଚେର ସାର କାରଖାନା ସମେତ ଝାଡଖଣ୍ଡର ଅନେକ ବନ୍ଦ କାରଖାନାକୁ ପୁନର୍ବାର କାର୍ଯ୍ୟକ୍ଷମ କରାଯାଇଛି ।

Leave A Reply

Your email address will not be published.

seven + 7 =

error: Content is protected !!
Open chat