ଧର୍ମଗଡ,(ଯୁବରାଜ ଅଗ୍ରୱାଲ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୫/୦୯: ଧର୍ମଗଡ ସହରର କଲେଜ ରୋଡରେ ଡିସିବି ବ୍ୟାଙ୍କ ନିକଟରେ ଥିବା ବିଶ୍ୱାଳ କିରାନା ଷ୍ଟୋରରେ ସଟସର୍କିଟ ଯୋଗୁଁ ଗତକାଲି ରାତି ପ୍ରାୟ ତିନିଟା ସମୟରେ ନିଆଁ ଲାଗି ଯାଇଥିଲା । ସେହି ସମୟରେ ଉକ୍ତ ରାସ୍ତା ଦେଇ ପେଟ୍ରୋଲିଂରେ ଯାଉଥିବା ଧର୍ମଗଡ ପୋଲିସ ଧୂଆଁ ବାହାରୁଥିବା ଦେଖି ସମ୍ପୃକ୍ତ ଦୋକାନ ମାଲିକଙ୍କୁ ଖବର ଦେବା ସହ ଅଗ୍ନିଶମ ବିଭାଗକୁ ମଧ୍ୟ ଫୋନ କରି ଖବର ଦେଇଥିଲେ ।
ଅଗ୍ନିଶମ ବିଭାଗର ଗାଡି ଆସି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସେତେ ବେଳକୁ ଅଗ୍ନିକାଣ୍ଡ ଘଟିବାରୁ ସମ୍ପୃକ୍ତ ତେଜରାତି ଦୋକାନ ସହ ସେଠାରେ ଥିବା ଅଧିକାଂଶ ସାମଗ୍ରୀ ଜଳିପୋଡି ସମ୍ପୂର୍ଣ୍ଣ ପାଉଁଶ ହୋଇ ସାରିଥିଲା । ସଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉ ଥିବା ବେଳେ ଏହି ଅଗ୍ନିକାଣ୍ଡରେ ସମ୍ପୃକ୍ତ ତେଜରାତି ଦୋକାନର ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି ।