ନଭେମ୍ବରରେ ଦେଶରେ ନିଯୁକ୍ତି ହ୍ରାସ ପାଇଛି : ରିପୋର୍ଟ

0 381
greentech

ନୂଆଦିଲ୍ଲୀ : ଗତ ନଭେମ୍ବର ମାସରେ ଭାରତରେ ନିଯୁକ୍ତି ପ୍ରଦାନ ୦.୯ ପ୍ରତିଶତ ହ୍ରାସ ପାଇ ୩୫ ଲକ୍ଷରେ ପହଞ୍ଚିଛି ବୋଲି ସେଣ୍ଟର ଫର ମନିଟରିଂ ଅଫ ଇଣ୍ଡିଆନ ଇକନୋମୀ (ସିଏମଆଇଇ) ପକ୍ଷରୁ କୁହାଯାଇଛି । ଅକ୍ଟୋବର ମାସରେ ନିଯୁକ୍ତି ପ୍ରଦାନ ୦.୧ ପ୍ରତିଶତ ହ୍ରାସ ପାଇଥିଲା ।

ଗତ ଏପ୍ରିଲ, ମେ ମାସରେ ଭାରତର ବେକାରୀ ହାର ଚିନ୍ତାଜନକ ଭାବେ ବୃଦ୍ଧି ପାଇଥିଲା । କିନ୍ତୁ ପରେ ଦେଶରେ ଅନଲକ ପ୍ରକ୍ରିୟା ଆରମ୍ଭ ହେବା ସହ ସ୍ଥିତିରେ ସୁଧାର ଦେଖାଦେଇଥିଲା । କିନ୍ତୁ ଏବେ ପୁଣି ନିଯୁକ୍ତି ପ୍ରଦାନ ହାର ହ୍ରାସ ପାଇଥିବାରୁ ସରକାରଙ୍କ ଚିନ୍ତା ବଢିଯାଇଛି ।

ସିଏମଆଇଇ ପକ୍ଷରୁ କୁହାଯାଇଛି ଯେ ଅର୍ଥନୀତିର ସୁଧାର ପ୍ରକ୍ରିୟା ଅଟକି ଯିବା ପରି ଲାଗୁଛି । ତେବେ ନଭେମ୍ବର ମାସରେ ଏକ ସକାରାତ୍ମକ କଥା ହେଉଛି ନିଜକୁ ବେକାର ବୋଲି ଦର୍ଶାଉଥିବା ଲୋକମାନଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି । ଏହାର ଅର୍ଥ ହେଉଛି ନଭେମ୍ବର ମାସରେ ଦେଶରେ ରୋଜଗାର ସୁଯୋଗ ହ୍ରାସ ପାଇଥିଲେ ମଧ୍ୟ ଆଶ୍ଚର୍ଯ୍ୟଜନକଭାବେ ବେକାରୀ ହାର ମଧ୍ୟ ହ୍ରାସ ପାଇଛି ।

ସିଏମଆଇଇ ରିପୋର୍ଟରେ କୁହାଯାଇଛି ଯେ ଶ୍ରମବଜାରରେ ଅନିଶ୍ଚିତତା ଓ କମ ଦରମା ଯୋଗୁଁ ଲୋକମାନେ ଚାକିରି ନକରି ଅନ୍ୟ ପନ୍ଥାର ଆଶ୍ରୟ ନେଉଛନ୍ତି ।

ଅନ୍ୟପକ୍ଷରେ ଦେଶରେ ନିଯୁକ୍ତି ସୁଯୋଗ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଗତକାଲି ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା ଆରମ୍ଭ କରିଥିଲେ । ଚଳିତ ଆର୍ଥିକ ବର୍ଷରେ ଏଥିଲାଗି ୧୫୮୪ କୋଟି ବ୍ୟୟ ହେବ ।

Leave A Reply

Your email address will not be published.

5 × two =

error: Content is protected !!
Open chat