ନାବାଳିକା ଗଣଦୁଷ୍କର୍ମ ଓ ବେଆଇନ ଗର୍ଭପାତ ମାମଲାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ

0 140
greentech

ଭୁବନେଶ୍ୱର / ବୀରମିତ୍ରପୁର, (କଳିଙ୍ଗ ଜ୍ୟୋତି), ୦୧/୦୭ : ବୀରମିତ୍ରପୁରର ପୂର୍ବତନ ଆଇଆଇସିି ଆନନ୍ଦ ମାଝି ଚାକିରୀରୁ ବହିଷ୍କୃତ କରାଯାଇଛି । ନାବାଳିକା ଗଣଦୁଷ୍କର୍ମ ମାମଲାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ପୂର୍ବରୁ ନିଲମ୍ବିତ କରାଯାଇଥିଲା । ତାଙ୍କ ଯାଗାରେ ନୂତନ ଥାନା ଅଧିକାରୀ ଭାବେ ସ୍ନିଗ୍ଧାରାଣୀ ସୁନା କାର୍ଯ୍ୟରେ ଯୋଗ ଦେଇଥିଲେ । ବୀରମିତ୍ରପୁରର ପୂର୍ବତନ ଆଇଆଇସି କାର୍ଯ୍ୟରୁ ବହିଷ୍କୃତ । ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ବହିଷ୍କୃତ କରାଯାଇଛି । ନାବାଳିକା ଗଣଦୁଷ୍କର୍ମ ଓ ବେଆଇନ ଗର୍ଭପାତ ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଡିଜିପି ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି । ଆଇଆଇସିଙ୍କ କାର୍ଯ୍ୟ ଆମକୁ ନିନ୍ଦିତ ଓ ଲଜ୍ୱିତ କରିଛି । ନାବାଳିକା ଝିଅଙ୍କ ପାଖରେ କ୍ଷମାପ୍ରାର୍ଥନା କରୁଛୁ ବୋଲି ଡିଜିପି ଟୁଇଟ କରିଛନ୍ତି ।


ଏହି ଘଟଣାକୁ ନେଇ ପୁଲିସ୍ ମହାନିର୍ଦେଶକ ଅଭୟ ମାମଲାର ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦେଶ ଦେଇଥିଲେ । ଆଉ ପ୍ରଥମେ ନିଲମ୍ବନ ପରେ ଆଜି ଶ୍ରୀ ମାଝୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ଗତ ୨୨ ତାରିଖରେ ଏଭଳି ଘଟଣା ଜଣାପଡିଥିଲା । ମାର୍ଚ୍ଚ ୨୫ ତାରିଖରେ ଉଦ୍ଧାର ହୋଇଥିବା ନାବାଳିକା ଜଣଙ୍କ ଅଢେଇ ମାସର ଗର୍ଭବତୀ ଥିବା ବେଳେ ଅଭିଯୁକ୍ତ ଥାନା ଅଧିକାରୀ ଆନନ୍ଦ ମାଝୀଙ୍କ ନିର୍ଦେଶ କ୍ରମେ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କର ଗର୍ଭପାତ କରାଯାଇଥିଲା । ସେଠାରେ ନାବାଳିକାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ଅଣାଯାଇଥିଲା । ଆଉ ସେଠାରେ ହିଁ ସତ ସାମ୍ନାକୁ ଆସିଥିଲା ।

Leave A Reply

Your email address will not be published.

3 × one =

error: Content is protected !!
Open chat