ନିମାପଡ଼ା : ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ !

0 466
greentech

ନିମାପଡ଼ା, (ବସନ୍ତ ଦାସ / କଳିଙ୍ଗ ଜ୍ୟୋତି), ୨୧ ଜୁନ ୨୦୨୨ : ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଭୋଦର ପଞ୍ଚାୟତ ଗୋପାଳପୁର ମଲଉ ସାହିର ପଞ୍ଚୁ କାଣ୍ଡିଙ୍କ ଘରେ ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ବାସଗୃହ ସମେତ ସମସ୍ତ ଆସବାବ ପତ୍ର ନଷ୍ଟ ହୋଇଯାଇଛି । ଖବର ପାଇ ନିମାପଡ଼ା ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ବ୍ରହ୍ମକୁଣ୍ଡି ରାଜସ୍ଵ ନୀରିକ୍ଷକ ଘଟଣାର କ୍ଷୟକ୍ଷତି ଆକଳନ କରି ତହସିଲକୁ ରିପୋର୍ଟ ଦେଇଛନ୍ତି । ଚାରିଛକ ଫାଣ୍ଡି ଅଧିକାରୀ ଶିଶିର ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ସସ୍ମିତା ନାୟକ, ସରପଞ୍ଚ ଚାରୁଲତା ବେହେରା, ପଞ୍ଚାୟତ ସଭାପତି ରମାରମଣ ଦେବ ପାତ୍ର, ଯୁବନେତା ପ୍ରଶାନ୍ତ ବେହେରା, ମହେନ୍ଦ୍ର ନାୟକ ପ୍ରମୁଖ ଘଟଣାସ୍ଥଳକୁ ଆସି କ୍ଷତିଗ୍ରସ୍ତ ପରିବାରକୁ ଆଶ୍ଵାସନା ଦେଇଛନ୍ତି । ସର୍ଟ-ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି ବୋଲି ଆଶଙ୍କା କରାଯାଉଛି । କ୍ଷତିଗ୍ରସ୍ତ ପରିବାରଟି ଅତି ନିରୀହ ଓ ଗରିବ ହୋଇଥିବାରୁ ତାଙ୍କୁ ସରକାରୀ ସାହାଯ୍ୟ ପ୍ରଦାନ ଲାଗି ଦାବି ହେଉଛି ।

Leave A Reply

Your email address will not be published.

five − 4 =

error: Content is protected !!
Open chat