ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ନତକାଇ ପଞ୍ଚାୟତରେ ବିଜେଡିର ଗୋଷ୍ଠୀ କନ୍ଦଳ ପଦାରେ ପଡିଲା

0 400
greentech

ନିଶ୍ଚିନ୍ତକୋଇଲି,(ପ୍ରଫୁଲ୍ଳ କୁମାର ମହାପାତ୍ର/କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୦/୧୦:  ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ନତକାଇ ଗ୍ରାମ ପଞ୍ଚାୟତରେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ କନ୍ଦଳ ତୀବ୍ରତର ହେବାର ଲାଗିଛି । ନବୀନ ପଟ୍ଟନାୟକ ସରକାରଙ୍କର ଜନହିତକର କାର୍ଯ୍ୟକ୍ରମ, ମାନ୍ୟବର ପଞ୍ଚାୟତରାଜ ମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସରପଞ୍ଚ ବ୍ୟାପକ ପଦକ୍ଷେପ ନେବା ଦ୍ୱାରା କିଛି ବିଜେଡି କର୍ମୀ ସହିପାରୁ ନଥିବାର ଦେଖିବାକୁ ମିଳୁଅଛି । ଚଳିତ ଫନିରେ ବାଘୁଆ ତୋଟାରେ କିଛି ଗଛ ଭାଙ୍ଗିପଡିଥିଲା । ସ୍ଥାନୀୟ ସରପଞ୍ଚ ତଦାରଖ କରି ତହସିଲଦାରଙ୍କୁ ଏକ ଦରଖାସ୍ତ ଦେଇଥିଲେ । ଭାଙ୍ଗିପଡିଥିବା ଗଛକୁ ନିଲାମ କରିବା ପାଇଁ ପ୍ରଶାସନକୁ ଅବଗତ କରିଥିଲେ । ଏହି ଗଛ ଗୁଡିକ ତିନି ହଜାର ଟଙ୍କାକୁ ତହସିଲଦାର ନିଲାମ କରିଥିଲେ । ବାତ୍ୟାରେ ଭାଙ୍ଗିଥିବା ନିଲାମ ଗଛକୁ ନିଲାମଧାରୀ କାଟିବା ସହ ଏକ ଜୀବିତ ଗଛକୁ କାଟି ଦେଇଥିବାର ଦେଖିବାକୁ ମିଳିଥିଲା । ଉକ୍ତ ଘଟଣାକୁ ସରପଞ୍ଚ ଓ ସ୍ଥାନୀୟ ଅଞ୍ଚଳର ୱାର୍ଡ ସଭ୍ୟମାନେ ଜୀବିତ ଗଛକୁ ହାଣୁଥିବାର ଦେଖି ତହସିଲଦାରଙ୍କଠାରେ ଅଭିଯୋଗ କରିଥିଲେ । ତହସିଲଦାର ଘଟଣାସ୍ଥଳରେ ପହଂଚି ଜୀବିତ ଗଛକୁ ନ ହାଣିବା ପାଇଁ ତାଗିଦ୍‌ କରିଥିଲେ । ଏହାକୁ ଆଖି ଆଗରେ ରଖି ବିଜେଡିର କିଛି ଖଳ ପ୍ରକୃତିର ବ୍ୟକ୍ତି ସରପଞ୍ଚଙ୍କ ନାମରେ ଅପପ୍ରଚାର କରୁଥିବାର ଦେଖିବାକୁ ମିଳିଛି । ପଞ୍ଚାୟତ ପରିସର ମଧ୍ୟରେ ୪ ଲକ୍ଷ ଟଙ୍କାର ମିଶନ ଗୃହକୁ ବିଭାଗୀୟ ନାମରେ କାର୍ଯ୍ୟାଦେଶ ଦିଆଯାଇଛି । ସରପଞ୍ଚ ଓ ତାଙ୍କ ସ୍ୱାମୀ ଏହି କାର୍ଯ୍ୟକୁ ତଦାରଖ କରି ପ୍ରଶାସନକୁ ସହଯୋଗ କରୁଥିବା ବେଳେ କେତେକ ଖଳପ୍ରକୃତିର ଲୋକ ଏହାକୁ ବିରୋଧ କରି ଏହା ନିମ୍ନମାନର କାମ ହେଉଛି ବୋଲି ବିଡିଓ କର୍ଣ୍ଣଦେବ ସମାଦ୍ଦାରଙ୍କୁ ଏକ ଅଭିଯୋଗପତ୍ର ଦେଇଛନ୍ତି । ବିଡିଓ ମହୋଦୟ ଏହାକୁ ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ତଦାରଖରେ ସରପଞ୍ଚ, ତାଙ୍କ ସ୍ୱାମୀ ଓ ପଞ୍ଚାୟତର ୱାର୍ଡ ସଭ୍ୟମାନେ ତଦନ୍ତରେ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି ।

Leave A Reply

Your email address will not be published.

16 − 15 =

error: Content is protected !!
Open chat