ନୂଆବର୍ଷରୁ ଗଡ଼ିବନି ପୁରୁଣା ଗାଡ଼ି

0 376
greentech

ରାଜଧାନୀ ନୂଆଦିଲ୍ଲୀରେ କମୁନି ବାୟୁ ପ୍ରଦୂଷଣ । ବିଷାକ୍ତ ବାୟୁରେ ଛଟପଟ ହେଉଛନ୍ତି ଦିଲ୍ଲୀବାସୀ । ଏଥିପାଇଁ ନୂଆ ବର୍ଷରୁ ଦିଲ୍ଲୀରେ ଗଡ଼ିବନି ୧୫ ବର୍ଷର ପୁରୁଣା ଗାଡ଼ି । ଆସନ୍ତା ଜାନୁଆରୀ ୧ ସୁଦ୍ଧା ଯେଉଁ ଗାଡ଼ିଗୁଡ଼ିକ ପଞ୍ଜୀକରଣ ଶେଷ ହୋଇଛି । ସେମାନଙ୍କ ପଞ୍ଜୀକରଣ ବାତିଲ କରାଯାଇଛି । ଯଦି ଆପଣଙ୍କର ପୁରୁଣା କାର୍‍ କିମ୍ବା ବାଇକ୍‍ ରହିଛି ତେବେ କରିବେ କ’ଣ ? ଆସନ୍ତୁ ଜାଣିବା…

ଦିଲ୍ଲୀରେ ପୁରୁଣା ପେଟ୍ରୋଲ ଓ ଡିଜେଲ ଗାଡ଼ିଗୁଡ଼ିକୁ ଚିହ୍ନଟ କରିଛି ପରିବହନ ବିଭାଗ । ସମସ୍ତ ୧୫ ବର୍ଷର ପୁରୁଣା ଗାଡ଼ିକୁ ଚିହ୍ନଟ କରିବା ସହ ରାସ୍ତାରେ ନଗଡ଼ିବା ନେଇ ନିର୍ଦ୍ଦେଶନାମା ଜାରି କରିଛି । ଆଉ ଏନେଇ ସାଧାରଣ ଜନତାଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଦିଲ୍ଲୀର ଅଟୋମୋବାଇଲ୍‍ ବିଶେଷଜ୍ଞ ଅନୀଲ କୁମାର ।
ଦିଲ୍ଲୀର ମୋହନ ବୋଲି ଜଣେ ବାସିନ୍ଦା ତାଙ୍କର ୧୫ବର୍ଷର ପୁରୁଣା କାର୍‍ ଥିବା କହିଥିଲେ । ଆଉ କାରଟିର କଣ୍ଡିସନ ଭଲ ରହିଥିବା ବେଳେ, ଆରଟିଓରୁୁ ଫିଟନେସ୍‍ ପାଇବା ପରେ କାର୍‍ଟିକୁ ଚଳାଇପରିବେ କି ବୋଲି ପ୍ରଶ୍ନ କରିଥିଲେ ।

ମୋହନଙ୍କ ପ୍ରଶ୍ନର ଉତ୍ତରରେ ଅନୀଲ କହିଥିଲେ, ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ ଗାଡ଼ି ଓ ୧୦ ବର୍ଷରୁ ଅଧିକ ଡିଜେଲ ଗାଡ଼ିକୁ ଫିଟନେସ୍‍ ସାର୍ଟିଫିକେଟ୍‍ ଦିଆଯାଏ ନାହିଁ । ତେଣୁ ଆପଣ କାର୍‍ ହେଉ କିମ୍ବା ବାଇକ୍‍ ଏହାକୁ ଦିଲ୍ଲୀରେ ଚଳାଇପାରିବେ ନାହିଁ, ଆପଣ NOC ପାଇଁ ଅନଲାଇନରେ ଆବେଦନ କରିପାରିବେ ଯେଉଁ ରାଜ୍ୟ ସରକାର ଏପରି ଗାଡ଼ି ଚଳାଇବାକୁ ଅନୁମତି ଦେଉଛନ୍ତି ସେଠାରେ ଗାଡ଼ି ଚଳାଇପାରିବେ ।

ସେହିପରି ଅନ୍ୟ ଜଣେ ବ୍ୟକ୍ତି ନିଜର ପ୍ରଶ୍ନରେ କହିଥିଲେ, ଯଦି କାହାର ୧୫ ବର୍ଷର ପେଟ୍ରୋଲ କାର୍‍ ରହିଛି । ତେବେ ସେହି ଗାଡ଼ିକୁ କ’ଣ କରାଯାଇପାରିବ ? ଆଉ କାହାକୁ ଦିଆଯାଇପାରିବ ? କାହାକୁ ଦିଆଗଲେ କିଛି ଦଲିଲର ବ୍ୟବସ୍ଥା ରହିଛି କି ? ସେହି ଗାଡ଼ିର ନମ୍ବର ମୁଁ ରଖିପାରିବି କି ?

ଅନୀଲ କହିଥିଲେ, ପରିବହନ ବିଭାଗର ୱେବସାଇଟରେ ଏସମ୍ପର୍କରେ ତଥ୍ୟ ଦିଆଯାଇଛି । ସ୍କ୍ରାପ୍ ଡିଲରଙ୍କ ସହିତ ଯୋଗାଯୋଗ କରନ୍ତୁ । ସ୍କ୍ରାପିଂ ଡିଲରଙ୍କ ନିକଟକୁ ଯାଇ ଗାଡ଼ି ଦିଅନ୍ତୁ । ପରେ ଆପଣ ସ୍କ୍ରାପିଂ ସାର୍ଟିଫିକେଟ୍ ପାଇବେ । ଗାଡି ନମ୍ବର ରଖିବା ପାଇଁ ଏକ ବ୍ୟବସ୍ଥା ଅଛି ।

ଦିଲ୍ଲୀର ଆଉଜଶେ ବାସିନ୍ଦା ଭିକ୍ଟୋରୀ ଏନେଇ ପ୍ରଶ୍ନ କରିଥିଲେ, କହିଥିଲେ ମୋର ୨୦୧୧ର ଡିଜେଲ କାର ଅଛି ଏବଂ ପଚାଶ ହଜାର କିଲୋମିଟରରୁ କମ୍ ଚଲାଇଛି । ଏହି କାରଟି ଦଶ ବର୍ଷ ପୁରୁଣା, ଏହା ଦିଲ୍ଲୀରେ ଚଲାଯାଇପାରିବ କି ? ଆଉ କରଟି ଚାଲିବା ନେଇ କିଛି ବିକଳ୍ପ ଅଛି କି ?

ଅନୀଲ କହିଥିଲେ, ନା, ଏହି କାର୍ ଦିଲ୍ଲୀରେ ଚଲାଯାଇପାରିବ ନାହିଁ କିମ୍ବା ଫିଟନେସ୍ ସାର୍ଟିଫିକେଟ୍ ମଧ୍ୟ ମିଳିପାରିବ ନାହିଁ । ଦୁଇଟି ବିକଳ୍ପ ଅଛି ।  ଅନ୍ୟ ରାଜ୍ୟ ପାଇଁ NOC ନେଇ ସେଠାରେ କାରଟି ଚାଲିପାରିବ । ଦ୍ୱିତୀୟ ବିକଳ୍ପ ହେଉଛି, ଏହି କାର୍ ର ଇଞ୍ଜିନ୍ ଇଲେକ୍ଟ୍ରିକ୍ କିଟ୍ ପରିବର୍ତ୍ତନ କରି ଦିଲ୍ଲୀରେ ଚାଲିପାରିବ ।

Leave A Reply

Your email address will not be published.

six + five =

error: Content is protected !!
Open chat