ନୂଆବର୍ଷରେ ସାଧାରଣ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର

0 484
greentech

ପୁରୀ/ଭୁବନେଶ୍ବର ୧୦/୧୨/୨୦୨୧ କଳିଙ୍ଗ ଜ୍ୟୋତି : ନୂଆବର୍ଷରେ ପୁଣି ଥରେ ଜଗନ୍ନାଥପ୍ରେମୀଙ୍କୁ ନିରାଶ ହେବାକୁୁ ପଡ଼ିବ। ସାଧାରଣ ଭକ୍ତଙ୍କୁ ଜଗାଦର୍ଶନ ପାଇଁ ଅନୁମତି ମିଳିବ ନାହିଁ। ଅର୍ଥାତ ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ନୂଆବର୍ଷ ଉପ‌ଲକ୍ଷେ ସାଧାରଣ ଭକ୍ତଙ୍କ ପାଇଁ ବନ୍ଦ ରହିବ। ନୂଆବର୍ଷରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ଛତିଶା ନିଯୋଗ ବୈଠକରେ ଏଭଳି ଗୁରୁତ୍ବପୂର୍ଣ୍ଣ ନିଆଯାଇଛି। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଆଗାମୀ ୩୧ ତାରିଖ ଓ ୨୦୨୨ ଜାନୁଆରି ୧ରେ ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ଶ୍ରୀମନ୍ଦିରରେ କେବଳ ସେବାୟତମାନଙ୍କ ଦ୍ବାରା ନୀତି ସଂପନ୍ନ କରାଯିବ। ଛତିଶାନିଯୋଗ ବୈୖଠକରେ ପହିଲି ଭୋଗ, ମକର ସଂକ୍ରାନ୍ତି ଓ ଦେବାଭିଷେକ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି।

ଜଗନ୍ନାଥପ୍ରେମୀଙ୍କ ମନରେ ବିଶ୍ବାସ ରହିଛି ଯେ, ଜଗାଦର୍ଶନରୁ ନୂଆବର୍ଷ ଆରମ୍ଭ କଲେ, ବର୍ଷ ତମାମ ଶୁଭ ହୋଇଥାଏ। ଏଥି ପାଇଁ ଶ୍ରଦ୍ଧାଳୁମାନେ ଡିସେମ୍ବର ୩୧ ତାରିଖ ବେଳକୁ ପୁରୀରେ ପ୍ରବଳ ଭିଡ ଲଗାଇଥାନ୍ତି। ଅନ୍ୟ ଦିନ ତୁଳନାରେ ନୂଆବର୍ଷରେ ଶ୍ରୀମନ୍ଦିରରେ ଅଧିକ ଭିଡ ରହିଥାଏ। ନୂଆବର୍ଷ ଅବସରରେ ରାତି ୨ଟାରୁ ଶ୍ରଦ୍ଧାଳୁୁଙ୍କର ଲାଇନ୍‌ ଲାଗିଥାଏ। ପୁରୀ ମେଡିକାଲ ଛକଠାରୁ ଶ୍ରଦ୍ଧାଳୁମାନେ ଧାଡ଼ିରେ ରହିଥାନ୍ତି।

କୋଭିଡ-୧୯ର ନୂଆ ଭାରିଆଣ୍ଟ ତଥା ସାଧାରଣ ଜନତାଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଇଂରାଜୀ ନୂଆବର୍ଷରେ ଏଥର ବି ଯୁବପୀଢ଼ିଙ୍କୁ ନିରାଶ ହେବାକୁ ପଡ଼ିବ। ହୋଟେଲ, ରେଷ୍ଟୁରାଣ୍ଟ, ପାର୍କରେ ମଧ୍ୟରାତ୍ରୀରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିର ଆୟୋଜନ ହୋଇପାରିବ ନାହିଁ। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଡିସେମ୍ବର ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି। ନୂଆବର୍ଷକୁ ସ୍ୱାଗତ କରିବାକୁ କୌଣସି କାର୍ଯ୍ୟକ୍ରମର ଆୟୋଜନ ହୋଇପାରିବ ନାହିଁ । ଜିରୋ ନାଇଟ ସେଲିବ୍ରେସନ ଉପରେ ସରକାର କଟକଣା ଲାଗୁ କରିଛନ୍ତି । ନୂଆ ବର୍ଷରେ ସର୍ବସାଧାରଣ ସ୍ଥାନରେ ପିକନିକ ଉପରେ ବି କଟକଣା ଲଗାଯାଇଛି । ହୋଟେଲ, ରେଷ୍ଟୁରାଣ୍ଟ, ପାର୍କରେ ଏକାଠି ହେବା ମନା ହୋଇଛି । ୩୧ ଡିସେମ୍ବର ଓ ୧ ଜାନୁଆରି ପାଇଁ ଏହି କଟକଣା ରହିବ । ସୂଚନାଯୋଗ୍ୟ, କରୋନା ସଂକ୍ରମଣ ଯୋଗୁଁ ଗତଥର ମଧ୍ୟ ଜିରୋ ନାଇଟ୍‌ ସେଲିବ୍ରେସନ୍‌ ବାତିଲ କରାଯାଇଥିଲା।

ରାଜ୍ୟ ସରକାର ଗତ ନଭେମ୍ବର ୩୦ ତାରିଖରେ ଡିସେମ୍ବର ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି । ଡିସେମ୍ବର ୧ରୁ ୧ ଜାନୁଆରି ୨୦୨୨ ପର୍ଯ୍ୟନ୍ତ କଟକଣା ଲାଗୁ ରହିବ । ରାତି ୧୦ରୁ ସକାଳ ୫ ଯାଏଁ ସହରାଞ୍ଚଳ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ରାଜ୍ୟର କୌଣସି ସ୍ଥାନରେ ସପ୍ତାହନ୍ତ ସଟଡାଉନ ଲାଗୁ ହେବନି । ପ୍ରଦର୍ଶନୀ, ଏକ୍ସପୋ, ମେଳା ଓ ବାଣିଜ୍ୟ ଉପରେ କଟକଣା ଲାଗୁ ହୋଇଛି । ସେହିପରି କ୍ଲବ କନଭେନ୍ସନ ହଲ, କଲ୍ୟାଣ ମଣ୍ଡପରେ ଜନସମାଗମ ମନା ହୋଇଛି ।

Leave A Reply

Your email address will not be published.

five × 3 =

error: Content is protected !!
Open chat