ନେପାଳ ପ୍ରଧାନମନ୍ତ୍ରୀ ଓଲିଙ୍କ ରାଜନୈତିକ ବିଦ୍ରୋହ ଉପରୁ ଧ୍ୟାନ ହଟାଇବା ଲାଗି ଉଦ୍ୟମ : ହିନ୍ଦୀ ଭାଷା ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତି, ସାଂସଦଙ୍କ ବିରୋଧ ।
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କାଠମାଣ୍ଡୁ (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୭/୦୬ : ନେପାଳରେ ଏବେ ରାଜନୈତିକ ବିଦ୍ରୋହ ଆରମ୍ଭ ହେଇଛି। ପ୍ରଧାନମନ୍ତ୍ରୀ କେ. ପି. ଓଲି ଏହା ଉପରୁ ଜନସାଧାରଣଙ୍କ ଧ୍ୟାନ ହଟାଇବା ଲାଗି ଭାରତ ବିରୋଧୀ ପଦକ୍ଷେପ ନେଇ ଚର୍ଚ୍ଚାରେ ରହିବାକୁ ଉଦ୍ୟମ କରୁଛନ୍ତି। ସୂଚନାଯୋଗ୍ୟ, ଓଲି ଏବେ ଦେଶରେ ଏକ ନୂଆ ରାଷ୍ଟ୍ରବାଦର ପ୍ରସାର କରିବାକୁ ଚାହୁଁଛନ୍ତି, ଯାହାଫଳରେ ଦଳରେ ତାଙ୍କ କାର୍ଯ୍ୟଶୈଳୀ ଉପରେ ଯେଉଁମାନେ ପ୍ରଶ୍ନ ଉଠାଉଛନ୍ତି ସେଥିରେ ଲଗାମ ଲାଗିପାରିବ। ଏଣୁ ନେପାଳ ପ୍ରଧାନମନ୍ତ୍ରୀ ଏବେ ସଂସଦରେ ହିନ୍ଦୀ ଭାଷା ଉପରେ ପ୍ରତିବନ୍ଧକ ଲଗାଇବାକୁ ବିଚାର କରୁଛନ୍ତି।
![](https://i0.wp.com/kalingajyoti.com/wp-content/uploads/2020/06/nepal-parliament-1200x900-1-1024x768.jpg?resize=585%2C439)
ତେବେ ଜନତା ସମାଜବାଦୀ ପାର୍ଟି ସାଂସଦ ସରିତା ଗିରି ଏହାକୁ ପ୍ରବଳ ବିରୋଧ କରିଥିଲେ। ସରକାରଙ୍କ ଏପରି ପଦକ୍ଷେପ ତରାଇ ଏବଂ ମଘେଶୀ ଅଞ୍ଚଳରେ କଡ଼ା ବିରୋଧର ସୂତ୍ରପାତ କରାଇବ। ଏପରି ସାଂସଦ ସରିତା ଗିରି ସରକାରଙ୍କୁ ଆହୁରି ପ୍ରଶ୍ନ କରିଥିଲେ ଯେ କ’ଣ ଚୀନ ଏପରି ନିର୍ଦେଶ ଦେଇଛି କି ? ସୂଚନାଯୋଗ୍ୟ, ନେପାଳ ପୂର୍ବରୁ ସୀମା ବିବାଦ ଏବଂ ନାଗରିକତା ସଂଶୋଧନ ଆଇନ ପ୍ରସଙ୍ଗକୁ ନେଇ ଭାରତ ସହିତ ବିବାଦରେ ରହିଆସିଛି। ନେପାଳ ଏବଂ ଚୀନ ମଧ୍ୟରେ ସମ୍ପର୍କ ଗଭୀର ହେବାରେ ଲାଗିଛି। ଏହାର ପ୍ରଭାବ ନେପାଳ ସରକାରଙ୍କ ଶାସନ ଉପରେ ମଧ୍ୟ ପଡ଼ୁଛି। ଏବେ ନେପାଳ ସରକାର ସଂସଦରେ ହିନ୍ଦୀ ଭାଷା ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତି କରୁଛନ୍ତି। ତେବେ ଏହାକୁ କେତେକ ସାଂସଦ ବିରୋଧ କରିଛନ୍ତି। ଚୀନ ନିର୍ଦେଶରେ ସରକାର ଏପରି କରୁଛନ୍ତି କି ବୋଲି ସେମାନେ ପ୍ରଶ୍ନ କରିଛନ୍ତି।